ନିଯୁକ୍ତ ହେଲେ ଭୁବନେଶ୍ୱର ପାଣିପାଗ ବିଭାଗର ନୂଆ ନିର୍ଦ୍ଦେଶକ

ନିଯୁକ୍ତ ହେଲେ ଭୁବନେଶ୍ୱର ପାଣିପାଗ ବିଭାଗର ନୂଆ ନିର୍ଦ୍ଦେଶକ

ନିଯୁକ୍ତ ହେଲେ ଭୁବନେଶ୍ୱର ପାଣିପାଗ ବିଭାଗର ନୂଆ ନିର୍ଦ୍ଦେଶକ । ଗୁଜରାଟ ଅହମ୍ମଦାବାଦର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ମନୋରମା ମହାନ୍ତିଙ୍କୁ ପଦୋନ୍ନତି ସହ ଏହି ନୂଆ ନିଯୁକ୍ତି ମିଳିଛି । ସେହିପରି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଥିବା ଡକ୍ଟର ଏଚ୍. ଆର ବିଶ୍ୱାସଙ୍କୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର କୋଲକାତାକୁ ବଦଳି କରାଯାଇଛି । ମନୋରମା ମହାନ୍ତିଙ୍କ ଘର ଓଡ଼ିଶାରେ । ଉକ୍ରଳ ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରୁ ସ୍ନାତକୋତର ହାସଲ ପରେ ଭାରତୀୟ ପାଣିପାଗ ବିଭାଗରେ ଯୋଗଦେଇଥିଲେ । ଆରବ ସାଗର ଇତିହାସରେ ସବୁଠାରୁ ଶକ୍ତିଶାଳୀ ବାତ୍ୟା ‘ତାଉତେ’ ଓ ‘ବିପର‌୍ୟ୍ୟୟର’ ସଠିକ୍ ଗତିପଥ ଓ ତୀବ୍ରତା ଆକଳନ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ଏଥିପାଇଁ ଗୁଜରାଟରେ ଅନେକ ଧନଜୀବନ ରକ୍ଷା ପାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *