ନିରାଶାଜନକ ପ୍ରଦର୍ଶନ ପାଇଁ ଆଇସିସିରୁ ବାଦ ପଡିଲା ଶ୍ରୀଲଙ୍କା

ନିରାଶାଜନକ ପ୍ରଦର୍ଶନ ପାଇଁ ଆଇସିସିରୁ ବାଦ ପଡିଲା ଶ୍ରୀଲଙ୍କା

ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ଛଟକା ଲାଗିଛି । ଚଳିତ ବିଶ୍ୱକପରେ ଖରାପ ପ୍ରଦର୍ଶନ ପାଇଁ ଆଇସିସିରୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ବାଦ କରାଯାଇଛି । ଶ୍ରୀଲଙ୍କା କ୍ରିକେଟକୁ ଇଂଟରନ୍ୟାସନାଲ କ୍ରିକେଟ କାଉନସିଲ ନିଲମ୍ବିତ କରିଛି । ଗୁରୁବାର ଶ୍ରୀଲଙ୍କା ସରକାର ସର୍ବସମ୍ମତିକ୍ରମେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ବରଖାସ୍ତ କରିବା ପରେ ଆଇସିସି କଡା ଆଭିମୁଖ୍ୟ ଗ୍ରହଣ କରିଛି । ଆଇସିସି ପକ୍ଷରୁ କୁହାଯାଇଛି ଶ୍ରୀଲଙ୍କା କ୍ରିକେଟରେ ବ୍ୟାପକ ସରକାରୀ ହସ୍ତେକ୍ଷପ ହେଉଛି । ଆଇସିସି ବୋର୍ଡ ବୈଠକ ଏହି ନିଷ୍କର୍ସରେ ପହଂଚିଥିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଆଇସିସି ସଦସ୍ୟ ଭାବେ ଥିବା ନିଜ ଦାୟିତ୍ୱ ଠିକରେ ତୁଳାଇ ନାହିଁ । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସ୍ୱତନ୍ତ୍ର ଭାବେ ନିଜେ ସବୁ ସମସ୍ୟାର ସମାଧାନ କରିବା ଉଚିତ । ଏହାଛଡା କ୍ରିକେଟ ପ୍ରଶାସନରେ କିମ୍ବା ପରିଚାଳନାରେ ଯେମିତି ସରକାରୀ ହସ୍ତକ୍ଷେପ ନହେବ ତାହା ମଧ୍ୟ ସୁନିଶ୍ଚିତ କରିବା ଜରୁରୀ । ଶ୍ରୀଲଙ୍କା କ୍ରିକେଟ ବୋର୍ଡ ଏସବୁ ସର୍ତ ଉଲ୍ଲଂଘନ କରିଥିବା ଦର୍ଶାଇ ଆଇସିସି ବୋର୍ଡ ବୈଠକରେ ଶ୍ରୀଲଙ୍କା କ୍ରିକେଟ ବୋର୍ଡକୁ ନିଲମ୍ବିତ କରାଯାଇଛି । ଆଇସିସି ବୟାନ ଜାରି କରି କହିଛି, ନିଲମ୍ବନର ସର୍ତ, ଆଇସିସି ବୋର୍ଡ ଦ୍ୱାରା ଠିକ୍ ସମୟରେ ନିଆଯିବ । ଆସନ୍ତା ୨୧ ତାରିଖରେ ଆଇସିସିର ବୋର୍ଡ ବୈଠକ ହେବାକୁ ଅଛି, ସେଥିରେ ପରବର୍ତି ପଦକ୍ଷେପ ବାବଦରେ ଘୋଷଣା ହୋଇପାରେ ।

author

Related Articles

Leave a Reply

Your email address will not be published. Required fields are marked *