ନିରାଶ ହେଲେ ଗମାଙ୍ଗ ପରିବାର

ନିରାଶ ହେଲେ ଗମାଙ୍ଗ ପରିବାର

ନିରାଶ ହେଲେ ଗମାଙ୍ଗ ପରିବାର । ପରିବାରରୁ କାହାକୁ ବି ମିଳିଲାନି ଟିକେଟ୍ । ଟିକେଟ୍ ଆଶାରେ କଂଗ୍ରେସକୁ ଫେରିଥିବା ଗମାଙ୍ଗ ପରିବାର ଉପରେ ଭରସା କରିନି କଂଗ୍ରେସ । ମଙ୍ଗଳବାର କଂଗ୍ରେସ ପ୍ରଥମ ପର୍ଯ୍ୟାୟରେ ବିଧାନସଭା ଏବଂ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ କିନ୍ତୁ ଗମାଙ୍ଗ ପରିବାରର କାହାକୁ ବି ଟିକେଟ ମିଳିନାହିଁ । ଗୁଣୁପୁର ଆସନ ପାଇଁ ହେମା ଗମାଙ୍ଗ ଆଶାୟୀ ଥିବା ବେଳେ ନବରଙ୍ଗପୁର ଲୋକସଭା ଆସନ ପାଇଁ ଶିଶିର ଗମାଙ୍ଗ ଆଶାୟୀ ଥିଲେ । ସେହିପରି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ ତଳସରା ଆସନ ପାଇଁ ଆଶାୟୀ ଥିଲେ । ହେଲେ ଏହି ଆସନରୁ ପ୍ରବୋଧ ତିର୍କି ପ୍ରାର୍ଥୀ ହୋଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *