କିଏ କେଉଁ ପ୍ରକାର କଳା କରି ଲୋକ ଲୋଚନକୁ ଆସିଥିବା ଆପଣ ଜାଣିଥିବେ | କିନ୍ତୁ ଆମେ ଏବେ ଆପଣଙ୍କୁ ଦେଖାଉଛୁ ଜଣେ କାଠ କାରିଗର ପ୍ରଦୀପ ରଣାଙ୍କ ନିଖୁଣ ଚିତ୍ର | ଯାହା କହିବେ ତାହା ଆଙ୍କି ପାରୁଛନ୍ତି ପ୍ରଦୀପ। ଅନେକ ଦେବାଦେବୀ ଙ୍କ ଫଟୋ ଶହ ଅନେକ ଲତା ଚିତ୍ର କାଠ କବାଟ, ଆଲ୍ମୀରା, ପଲଙ୍କ, ସଫା ସେଟ ରେ ଚିତ୍ର ଆଙ୍କି ଚର୍ଚ୍ଚାକୁ ଆସିଥିବା ଦେଖିବାକୁ ମିଳିଛି। ବୌଦ୍ଧ ଜିଲ୍ଲା ମନ ମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ କପାସିରା ଗାଁର ପ୍ରଦୀପ ରଣା। କପାଶିରା ଗ୍ରାମରେ ଅନେକ ପ୍ରତିଭା ଲୁଚି ରହିଥିବା ବେଳେ ସେଥି ମଧ୍ୟରୁ ପ୍ରଦୀପ ରଣା ଅନ୍ୟତମ। ବାପା ହରି ରଣା ମୂଳରୁ ଜଣେ ସାଧା କାଠ କାରିଗର ହୋଇଥିବା ବେଳେ ତାଙ୍କ ଠାରୁ ପ୍ରଦୀପ ମେଟ୍ରିକ୍ ପଢା ସାରିବା ପରେ ଶିକ୍ଷାଲାଭ କରିଥିଲେ | ଏହାସହ ଗ୍ରାମର ସୁଦାମ ମହାକୁଡ ଙ୍କ ଠାରୁ ଡ୍ରଇଂ କାମ ଶିକ୍ଷା କରିଥିଲେ। ଏବେ ପ୍ରଦୀପ ଦଶ ରୁ କୋଡ଼ିଏ ପରିବାର ଲୋକଙ୍କୁ ନିଜ କାମରେ ନିୟୋଜିତ କରି ନିଜେ ଭଲ ଦୁଇପଇସା ରୋଜ କରୁଥିବା ବେଳେ ଆହୁରି ଲୋକଙ୍କୁ ରୋଜଗାର ପନ୍ଥା ବାଟ ଦେଖାଇଛନ୍ତି।