ନିର୍ବାଚନକୁ ନେଇ ଗାନ୍ଧି ପରିବାରରେ ମାନସ ମନ୍ଥନ

ନିର୍ବାଚନକୁ ନେଇ ଗାନ୍ଧି ପରିବାରରେ ମାନସ ମନ୍ଥନ

ନିର୍ବାଚନକୁ ଆଉ ୨ ମାସ ବାକି ରହିଲା । ଯାହାକୁ ନେଇ ଅନେକ ରାଜନୈତିକ ଦଳରେ ଉତ୍ତେଜନା ତୀବ୍ର ହୋଇଛି । ଅନେକ ଦଳ ସେମାନଙ୍କ ପ୍ରାର୍ଥୀଙ୍କ ନାଁ ଚୂଡାନ୍ତ କରିବାରେ ବ୍ୟସ୍ତ ଅଛନ୍ତି । ଗତ ଦୁଇଟି ଲୋକସଭା ନିବାଚନରେ ପରାଜୟର ମୁହଁ ଦେଖିଥିବା କଂଗ୍ରେସ ନିଜ ପ୍ରାର୍ଥୀ ଏବଂ ସହଯୋଗୀମାନଙ୍କ ସହ ମିଶି ଆସନ ଭାଗବଣ୍ଟା ସମ୍ପର୍କରେ ଆଲୋଚନା କରିଥିଲେ ମଧ୍ୟ ଏଯାଏଁ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ । ବର୍ତ୍ତମାନ ଖବର ଆସୁଛିି ନିର୍ବାଚନ ସମ୍ପର୍କରେ ଗାନ୍ଧି ପରିବାରରେ ମାନସ ମନ୍ଥନ ଆରମ୍ଭ ହୋଇଯାଇଛି । କିଏ କେଉଁ ଆସନରୁ ଲଢିବେ ସେ ସମ୍ପର୍କରେ ପରିବାର ମଧ୍ୟରେ ଆଲୋଚନା ହେଉଛି । କୁହାଯାଉଛି ଏଥର ସୋନିଆ ଗାନ୍ଧୀଙ୍କ ନାତି ବରୁଣ ଗାନ୍ଧୀଙ୍କୁ ବି କଂଗ୍ରେସର ସମର୍ଥନ ମିଳିପାରେ । ସୂଚନା ମିଳୁଛି ଯେ, ଗାନ୍ଧୀ ପରିବାରରୁ ଉତ୍ତର ଭାରତର ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ଆମେଥି, ରାୟବରେଲି ଏବଂ ୱାଏନୋଡା ଆସନରୁ କିଏ ପ୍ରତିଦ୍ୱନ୍ଦିତା କରିବ ସେନେଇ ମସ୍ତିଷ୍କ ମନ୍ଥନ ଚାଲିଛି । ତେବେ ନିର୍ବାଚନ ପୂର୍ବରୁ ଗାନ୍ଧୀ ପରିବାର ମଧ୍ୟ ବେଶ୍ ସକ୍ରିୟ ହୋଇଯାଇଛି । ୨୦୨୪ ରେ ଲୋକସଭା ନିର୍ବାଚନରେ କିଏ ପ୍ରତିଦ୍ୱନ୍ଦିତା କରିବେ, କିଏ ରାଜ୍ୟସଭା ଯିବେ ଏବଂ କେଉଁ ନିର୍ବାଚନ ମଣ୍ଡଳୀରୁ କେଉଁ ଆସନରୁ ଛିଡା ହେବେ ସେନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ଆଲୋଚନା ହୋଇଛି । ରାହୁଲ ଚାହୁଁନାହାନ୍ତି ଯେ ତାଙ୍କ ପରିବାରର ତିନି ଜଣ ଯାକ ସଦସ୍ୟ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରନ୍ତୁ ବୋଲି । ତେଣୁ କେଉଁ ଆସନରୁ ପ୍ରତିଦ୍ୱନ୍ଦିତା କଲେ ରାହୁଲ, ପ୍ରିୟଙ୍କା ଏବଂ ସୋନିଆଙ୍କ ପାଇଁ ଉଚିତ୍ ହେବ ନେଇ ପରିବାର ମଧ୍ୟରେ ଆଲୋଚନା ଚାଲିଛି ।

author

Related Articles

Leave a Reply

Your email address will not be published. Required fields are marked *