ନିର୍ବାଚନୀ ରଣକ୍ଷେତ୍ରରେ ବର୍ଷା

ନିର୍ବାଚନୀ ରଣକ୍ଷେତ୍ରରେ ବର୍ଷା

ନିର୍ବାଚନୀ ରଣକ୍ଷେତ୍ରକୁ ଓହ୍ଲାଇଲେ ଓଲିଉଡ କୁଇନ୍ ବର୍ଷା ପ୍ରିୟଦର୍ଶିନୀ । ବଡଚଣାରୁ ବିଧାୟକ ପ୍ରାର୍ଥୀ ଭାବେ ବର୍ଷାଙ୍କୁ ମିଳିଛି ଟିକେଟ୍ । ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୯ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି ଦଳର ସୁପ୍ରିମୋ । ଏହି ଲିଷ୍ଟରେ ୭ଟି ନୂଆ ମୁହଁ ଉପରେ ଭରସା କରିଥିବା ବେଳେ ବର୍ଷାଙ୍କ ଉପରେ ମଧ୍ୟ ଦଳ ଆସ୍ଥା ପ୍ରକଟ କରିଛି । ତେବେ ସେ ଦୁଇ ଦିନ ପୂର୍ବରୁ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଥିଲେ । ପାରିବାରିକ ସମସ୍ୟା ଭିତରେ ଛନ୍ଦି ହୋଇଥିବା ବର୍ଷା ଏବେ ନୂଆ ଇନିଂସ ଆରମ୍ଭ କରିଛନ୍ତି । ତେବେ ଦେଖାଯାଉ ରାଜନୀତିରେ ବର୍ଷାଙ୍କ ନୂଆ ଇନିଂସ କେତେ ସଫଳ ହେଉଛି ଏବଂ ବଡଚଣାରେ ସେ କିପରି ଶଙ୍ଖନାଦ କରୁଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *