ନିର୍ବାଚନ ପୂର୍ବରୁ କଡ ଲେଉଟାଇଲା ପାରାଦ୍ୱୀପ ରାଜନୀତି

ନିର୍ବାଚନ ପୂର୍ବରୁ କଡ ଲେଉଟାଇଲା ପାରାଦ୍ୱୀପ ରାଜନୀତି

ନିର୍ବାଚନ ପୂର୍ବରୁ କଡ ଲେଉଟାଇଲା ପାରାଦ୍ୱୀପ ରାଜନୀତି । ପାରାଦ୍ୱୀପର ଛାମୁଆ ନେତା ତଥା କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଯାହାକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି । ସ୍ୱାମୀ କଂଗ୍ରେସରେ ଥିବା ବେଳେ ସ୍ତ୍ରୀ ବିଜେଡିରେ ଯୋଗଦେବା ସମସ୍ତଙ୍କୁ ଚକିତ କରିଦେଇଛି । କୁହାଯାଉଛି କି, ଏଥର ପାରାଦ୍ୱୀପର ରାଜନୈତିକ ସମୀକରଣ ବଦଳିଯିବ । କାରଣ ଚର୍ଚ୍ଚା ହେଉଛି କି ଏଥର ବିଜେଡି ଟିକେଟରୁ ବାପି ଙ୍କ ପତ୍ନୀ ମୋନିଦୀପା ପାରାଦ୍ୱୀପ ମୈଦାନକୁ ଓହ୍ଲାଇବେ । ଯଦି ଏପରି ହୁଏ ତେବେ କଂଗ୍ରେସରୁ ବାପି ଏବଂ ବିଜେଡିରୁ ମୋନିଦ୍ୱୀପାଙ୍କ ଘମାଘୋଟ ଲଢେଇ ଦେଖିବାକୁ ମିଳିବ ବୋଲି ସାଧାରଣରେ ଆଲୋଚନା ଆରମ୍ଭ ହେଲାଣି ।

author

Related Articles

Leave a Reply

Your email address will not be published. Required fields are marked *