ନିର୍ବାଚନ ପୂର୍ବରୁ ଛତିଶଗଡରେ ବଡ ଧରଣର ମାଓ ଅପରେସନ

ନିର୍ବାଚନ ପୂର୍ବରୁ ଛତିଶଗଡରେ ବଡ ଧରଣର ମାଓ ଅପରେସନ

ଆଉ ଅଳ୍ପ ଦିନ ପରେ ରାଜ୍ୟରେ ଅନୁଷ୍ଠିତ ହେବ ନିର୍ବାଚନ । ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଏହାରି ମଧ୍ୟରେ ଛତିଶଗଡରେ ବଡ ଧରଣର ମାଓ ଅପରେସନ କରାଯାଇଛି । କାଙ୍କେର ଜିଲ୍ଲା ଆପାଟୋଲା ଜଙ୍ଗଲରେ ସୁରକ୍ଷାବାହିନୀ ସହ ଗୁଳି ବିନିମୟରେ ୨୯ ଜଣ ନକ୍ସଲ ନିହତ ହୋଇଛନ୍ତି । ଏଥିରେ ୩ ଜଣ ଯବାନ ଆହତ ହୋଇଥିବା ସୂଚନା ରହିଛି । ତେବେ ମାଓ କ୍ୟାମ୍ପରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଛି । ସୁରକ୍ଷା ବାହିନୀଙ୍କ କଡା ନଜର ଏହି ଅଞ୍ଚଳରେ ରହିଛି । ଯେପରି ନିର୍ବାଚନ ସୁରୁଖୁରୁରେ କରାଯିବ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *