ନିର୍ବାଚନ ପୂର୍ବରୁ ଦେଶରେ ଲାଗୁହେବ CAA

ନିର୍ବାଚନ ପୂର୍ବରୁ ଦେଶରେ ଲାଗୁହେବ CAA

ଲୋକସଭା ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ ନାଗରିକତ୍ୱ ସଂଶୋଧନ ଆଇନ ବା CAA। ୨୦୧୯ ରୁ ଏହି ଆଇନ ସଂସଦରେ ପାରିତ ହୋଇଥିଲେ ମଧ୍ୟ ବିବାଦ କାରଣରୁ ଏହା ଲାଗୁ ହୋଇପାରିନଥିଲା । ଏବେ ଏହି ଆଇନକୁ ଲାଗୁ କରାଯିବ ବୋଲି ଘୋଷଣା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା । ତେବେ ଏହି ଆଇନକୁ ନେଇ ଏବେ ବିରୋଧୀ ବିଜେପି ମଧ୍ୟରେ ବିବାଦ ଆରମ୍ଭ ହୋଇଯାଇଛି । ପୂର୍ବରୁ ଏହି ଆଇନ ଲାଗୁ କରିବା ପାଇଁ କଂଗ୍ରେସ ସପକ୍ଷରେ କହୁଥିବା ବେଳେ ଏବେ ଏହାର ବିରୋଧ କରୁଥିବା ଅଭିଯୋଗ କରିଛନ୍ତି ଅମିତ୍ ଶାହା ସେ କହିଛନ୍ତି, ମୁସଲିମ୍ ଭାଇମାନଙ୍କୁ ସିଏଏ ବିରୋଧରେ ବିଭ୍ରାନ୍ତକର ତଥ୍ୟ ଦିଆଯାଉଛି । ସେମାନଙ୍କୁ ଏହି ଆଇନକୁ ବିରୋଧ କରିବାକୁ ଉସକା ଯାଉଛି । ପାକିସ୍ତାନ, ଆଫଗାନିସ୍ତାନ ଓ ବାଙ୍ଗଲାଦେଶ୍ ଭଳି ଦେଶରୁ ନିଯ୍ୟାତନା ସହି ନପାରି ଦେଶ ଛାଡି ଆସି ଭାରତରେ ଶରଣ ନେଇଥିବା ଲୋକଙ୍କୁ ନାଗରିକତା ଦେବା ପାଇଁ ସିଏଏ ଆଇନ ଆସିଛି । ଏହା ଆଇନ କାହାଠାରୁ ଭାରତର ନାଗରିକତା ଛଡାଇବାକୁ ନୁହେଁ ବରଂ ନାଗରିକତା ଦେବା ପାଇଁ ଆସିଛି ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *