ନିର୍ବାଚନ ପୂର୍ବରୁ ମୋଦିଙ୍କ ଆଉ ଏକ ମାଷ୍ଟରଷ୍ଟ୍ରୋକ

ନିର୍ବାଚନ ପୂର୍ବରୁ ମୋଦିଙ୍କ ଆଉ ଏକ ମାଷ୍ଟରଷ୍ଟ୍ରୋକ

ନିର୍ବାଚନ ପୂର୍ବରୁ ମୋଦିଙ୍କ ଆଉ ଏକ ମାଷ୍ଟରଷ୍ଟ୍ରୋକ । ସାରା ଦେଶରେ ଲାଗୁ କଲେ ନାଗରିକତ୍ୱ ସଂଶୋଧନ ଆଇନ ବା ସିଏଏ । ଏଥିପାଇଁ ଏକ ବିଧିବଦ୍ଧ ବିଜ୍ଞପ୍ତି ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି କରାଯାଇଛି । ଏହି ଆଇନ ଲାଗୁ ହେବା ପରେ ଏବେ ଭାରତରେ ରହୁଥିବା ପଡୋଶୀ ୩ ଟି ଦେଶର ସଂଖ୍ୟାଲଘୁ ଭାରତର ନାଗରିକ ହୋଇପାରିବେ । ଏଥିପାଇଁ ଅନଲାଇନରେ ଆବେଦନ କରିବାକୁ ପଡିବ ।୨୦୧୯ ଲୋକସଭା ନିର୍ବାଚନ ପୁର୍ବରୁ ଘୋଷଣାପତ୍ରରେ ସିଏଏକୁ ସାମିଲ କରିଥିଲା ବିଜେପି । ଏହାକୁ ଦଳ ବଡ ପ୍ରସଙ୍ଗ କରିଥିଲା ଲୋକସଭା ନିର୍ବାଚନ ପୂର୍ବରୁ ସିଏଏ ଲାଗୁ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଘୋଷଣା କରିଥିଲେ । ଆଉ ଏଥିଲାଗି କେନ୍ଦ୍ର ସରକାର ବିଜ୍ଞପ୍ତି ଆଣି ସିଏଏ ଲାଗୁ କରିଛନ୍ତି । ନାଗରିକାତ ସଂଶୋଧନ ଆଇନରେ ମୁସଲମାନଙ୍କୁ ବାଦ ଦେଲେ ୩ ମୁସଲମାନ ବହୁଳ ପଡୋଶୀ ଦେଶ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନ ଆସିଥିବା ସଂଖ୍ୟାଲଘୁୁ ଭାରତୀୟ ନାଗରିକ ହୋଇପାରିବେ । ଏଥିପାଇଁ ୧୯୫୫ର ଆଇନର ସଂଶୋଧନ କରାଯାଇଛି । ୨୦୧୪ ଡିସେମ୍ବର ୩୧ ପୂର୍ବରୁ ଯେଉଁ ଶରଣାର୍ଥୀ ଆସିଛନ୍ତି ସେମାନେ ଭାରତୀୟ ନାଗରିକ ହୋଇପାରିବେ।

author

Related Articles

Leave a Reply

Your email address will not be published. Required fields are marked *