ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ନେଇଗଲେ 900 ନୀରିହ ଜୀବନ…

ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ନେଇଗଲେ 900 ନୀରିହ ଜୀବନ…

ମରିଗଲା ମାନବିକତା । ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ନେଇଗଲେ 900 ନୀରିହ ଜୀବନ । ନିର୍ବାଚନ ପ୍ରତିଶ୍ରୁତି ପୂରଣ ପାଇଁ ବଳପଡିଗଲେ 900 ବୁଲା କୁକୁର ।
ମଣିଷର ସବୁଠୁ ଯଦି କିଏ ବିଶ୍ବସ୍ତ ଥାଏ ତେବେ ସେ ହେଉଛି କୁକୁର । ଯିଏ ନିସ୍ବାର୍ଥପର ଭାବେ ମଣିଷ ପାଖେ ପାଖେ ରହିଥାଏ । ସ୍ନେହ ଶ୍ରଦ୍ଧା ଟିକକ ପାଇଁ ତା ପାଖକୁ ଧାଇଁଯାଏ । ଆଉ ମୁଣ୍ଡରେ ମଣିଷର ହାତ ବାଜିଗଲେ ସେମାନଙ୍କ ଖୁସି କହିଲେ ନସରେ । ପଶୁ ବୋଲି କଥା ନକହିପାରୁଥିଲେ ବି ନିଜ ଆକ୍ସନରେ ସେ ମଣିଷକୁ କେତେ ଭଲପାଆନ୍ତି, କେତେ ବିଶ୍ବାସ କରନ୍ତି ତାହା ଦେଖାଇଦିଅନ୍ତି । ମଣିଷଙ୍କୁ ସେ ନିଜ ବନ୍ଧୁ ବୋଲି ଭାବନ୍ତି । କିନ୍ତୁ ଏବେ ସେହି ବିଶ୍ବାସରେ ବିଷ ମିଶାଇଛି ଏ ମଣିଷ ସମାଜ । ବନ୍ଧୁ ବଇରୀ ସାଜିବା ଭଳି ନିଜର ସବୁଠୁ ବିସ୍ବସ୍ତ ବନ୍ଧୁକୁ ଛଳନା କରି ମାରି ଚିରନିଦ୍ରାରେ ଶୁଆଇଦେଇଛି । ଏକାଥରକେ 900 କୁକୁରଙ୍କୁ ମାରିଦେଇଛନ୍ତି ଏ ସ୍ବାର୍ଥପର ମଣିଷମାନେ ।
ତେଲେଙ୍ଗାନାର ଜଗିତାଲ ଜିଲ୍ଲାରୁ ଏଭଳି ଅତ୍ୟନ୍ତ ଅମାନବୀୟ ଏବଂ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି । ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଇ ସେଠାରେ ମାସକ ମଧ୍ୟରେ ପ୍ରାୟ ୯୦୦ ବୁଲା କୁକୁରଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରାଯାଇଛି ।
ବୁଲା କୁକୁରଙ୍କୁ ବିଷାକ୍ତ ଇଞ୍ଜକ୍ସେନ ଦେଇ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ମାନେ ଏପରି ଅମାନବୀୟ କାଣ୍ଡ ଭିଆଇଛନ୍ତି । ମାସକ ମଧ୍ୟରେ 900 କୁକୁରଙ୍କ ଜୀବନ ନେଇଗଲେଣି । ତେବେ କିଛି ଦିନ ପୂର୍ବରୁ ଏକାସଙ୍ଗେ ୧୦୦ଟି କୁକୁରଙ୍କ ମୃତଦେହ ମିଳିବା ପରେ ଏହି ଘଟଣା ଲୋକଲୋଚନକୁ ଆସିଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ବିଷାକ୍ତ ଇଞ୍ଜେକସନ ହିଁ ମୃତ୍ୟୁର ମୁଖ୍ୟ କାରଣ ବୋଲି ସ୍ପଷ୍ଟ ହୋଇଛି ।

ତେବେ ବିଭିନ୍ନ ସ୍ଥାନରେ ବୁଲା କୁକୁରଙ୍କ ଆତଙ୍କ ଖେଳିଥିବା ବେଳେ ଏଥିରୁ ରକ୍ଷା ପାଇବା ପାଇଁ ସେମାନଙ୍କ ଜୀବନ ନିଆଯାଉଛି । ବିଭିନ୍ନ ରାଜ୍ୟର ସରକାରଙ୍କୁ ବୁଲା କୁକୁରଙ୍କୁ ଉପଦ୍ରବ କମାଇବା ନେଇ ପଦକ୍ଷେପ ନେବାକୁ ତାଗିଦ ପରେ ବି ରାଜ୍ୟ ସରକାର ମାନେ ଏଥିରେ ବିଫଳ ହେଉଛନ୍ତି । କିନ୍ତୁ ସରକାରଙ୍କ ବିଫଳତାର ମୂଲ୍ୟ େମାନଙ୍କୁ ନିଜ ଜୀବନ ଦେଇ ଶୁଝିବାକୁ ପଡିଛି । ତେବେ ଏହି ଘଟଣାକୁ ନେଇ ପଶୁପ୍ରେମୀ ଏବଂ ସାମାଜିକ ସଂଗଠନ ପକ୍ଷରୁ ଉଦବେଗ ପ୍କାଶ ପାଇବା ସହିତ ଥାନାରେ ମାମଲା ରୁଜୁ କରାଯାଉଛି। କିନ୍ତୁ ଏହି ଘଟଣା ସାମ୍ନାକୁ ଆସିବା ପରେ ଚାରିଆଡେ ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହିତ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବାର ଏ କେଉଁ ପ୍ରକାର ପଦ କ୍ଷେପ ତାକୁ ନେଇ ପ୍ରଶ୍ନ ଉଠୁଛି ।

administrator

Related Articles

Leave a Reply

Your email address will not be published. Required fields are marked *