ନିର୍ବାଚନ ଲଢିବା ପାଇଁ କଂଗ୍ରେସ ପ୍ରାର୍ଥୀ ଦେବେ 50 ହଜାର

ନିର୍ବାଚନ ଲଢିବା ପାଇଁ କଂଗ୍ରେସ ପ୍ରାର୍ଥୀ ଦେବେ 50 ହଜାର

ନିର୍ବାଚନ ଯେତିକି ପାଖଉଛି ଦଳୀୟ ନେତା ମାନଙ୍କ ଚିନ୍ତା ବଢୁଛି । ଏହାଭିତରେ କଂଗ୍ରେସକୁ ଘାରିଛି ନିର୍ବାଚନୀ ପାଣ୍ଠି ଚିନ୍ତା । ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ । ଆଉ ଏହା ପ୍ରତି ବଦଳରେ ଦଳ ପକ୍ଷରୁ ପ୍ରଚାରରେ ସମସ୍ତ ପ୍ରକାରର ସହଯୋଗ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି । ପ୍ରଚାର ପାଇଁ ଆବଶ୍ୟକ ସାମଗ୍ରୀ ପ୍ରଦାନ କରିବାକୁ ମଧ୍ୟ କୁହାଯାଇଛି । ଚୁଡାନ୍ତ ହୋଇଥିବା ପ୍ରାର୍ଥୀଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ନାଁରେ ୫୦ ହଜାର ଟଙ୍କା ଲେଖାଏଁର ଚେକ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଳ ପକ୍ଷରୁ ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ଚୁଡାନ୍ତ ହୋଇଥିବା ପ୍ରାର୍ଥୀଙ୍କୁ ଚିଠି ଲେଖିଥିବା ଦେଖିବାକୁ ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *