ନିର୍ବାଚନ ଲଢିବେନି ପ୍ରିୟଙ୍କା ଗାନ୍ଧି !

ନିର୍ବାଚନ ଲଢିବେନି ପ୍ରିୟଙ୍କା ଗାନ୍ଧି !

ନିର୍ବାଚନ ବିଗୁଲ ବାଜିବାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ପ୍ରାର୍ଥୀଙ୍କୁ ନେଇ ଦ୍ୱନ୍ଦ୍ୱ ଦୂର ହେଉନି । ଖାଲି ରାଜ୍ୟରେ ନୁହେଁ ବରଂ ରାଜ୍ୟ ବାହାରେ ମଧ୍ୟ କିଛି ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀଙ୍କ ଟିକେଟ ଏବେ ବି ଝୁଲୁଛି । ଆଉ ଏହାରି ମଧ୍ୟରେ ଏବେ କଂଗ୍ରେସର ଜଣେ ଚର୍ଚ୍ଚିତ ଚେହେରାଙ୍କୁ ନେଇ ଚର୍ଚ୍ଚା ଚାଲିଛି । କୁହାଯାଉଛି କି ପ୍ରିୟଙ୍କା ଗାନ୍ଧି ଚଳିତ ବର୍ଷ ନିର୍ବାଚନ ଲଢିନପାରନ୍ତି । ସେ କେବଳ ନିର୍ବାଚନୀ ମୈଦାନରେ ଜଣେ ପ୍ରଚାରକର ଭୂମିକା ତୁଲାଇବେ ବୋଲି କୁହାଯାଉଛି । ଅନ୍ୟପଟେ ରାହୁଲ ଗାନ୍ଧି ମଧ୍ୟ ଆମେଠୀ ନା ରାୟବେରଲୀ କେଉଁ ଆସନରୁ ପ୍ରତିଦ୍ୱନ୍ଦିତା କରିବେ ତାହା ସ୍ପଷ୍ଟ ହୋଇନି । ତେବେ ଉଭୟଙ୍କୁ ଦୁଇଟି ଆସନରୁ ପ୍ରାର୍ଥୀ କରିବା ପାଇଁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପରାମର୍ଶ ଦିଆଯାଇଥିଲା । କିନ୍ତୁ ପ୍ରିୟଙ୍କା ଗାନ୍ଧୀ ନିବାଚନ ଲଢିବାର ସମ୍ଭାବନା କମ୍ ରହିଥିବା କୁହାଯାଉଛି । ଆସନ୍ତା ମେ ୨୦ ତାରିଖରେ ଉଭୟ ଆମେଠୀ ଏବଂ ରାୟବରେଲୀରେ ଭୋଟ ପଡିବ । କିନ୍ତୁ ଏଯାଏଁ କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇନି । ତେବେ ଦେଖାଯାଉ କଂଗ୍ରେସର ଏ ଦ୍ୱନ୍ଦ୍ୱ କେବେ ଦୂର ହେଉଛି ଏବଂ ପ୍ରିୟଙ୍କା ଗାନ୍ଧି ଏଥର ନିର୍ବାଚନ ଲଢୁଛନ୍ତି ନା ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *