ନିର୍ବାଚନ ଲଢିବେ କୋର୍ଟର ବିଚାରପତି !

ନିର୍ବାଚନ ଲଢିବେ କୋର୍ଟର ବିଚାରପତି !

ରାଜନୀତି କରିବେ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଅଭିଜିତ ଗାଙ୍ଗୁଲି। ନ୍ୟାୟପାଳିକାରୁ ଅବସର ନେଇ ରାଜନୀତିରେ ଯୋଗ ଦେବେ । ଏକ ସାକ୍ଷାତକାରରେ ଆସନ୍ତାକାଲି ସେ ଅବସର ନେବେ ବୋଲି ସ୍ପଷ୍ଟ କରିଛନ୍ତି । ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ତାଙ୍କୁ ରାଜନୀତିକୁ ଆସିବାକୁ ଚ୍ୟାଲେଞ୍ଜ କରିଛି ବୋଲି କହିଛନ୍ତି । ଅଭିଜିତ କହିଛନ୍ତି, ସେ ଆସନ୍ତାକାଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ, କଲିକତା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିବେ । ତେବେ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ହଠାତ୍ ଜଷ୍ଟିସ ଗାଙ୍ଗୁଲି ଅବସର ଗ୍ରହଣ କରିବା ନେଇ ନାନା ଚର୍ଚ୍ଚା ହେଉଛି । କୁହାଯାଉଛି ସେ ବିଜେପିର ଲୋକସଭା ପ୍ରାର୍ଥୀ ହୋଇପାରନ୍ତି । ଏବଂ କୌଣସି ରାଜନୈତିକ ଦଳରେ ଯୋଗ ଦେଇପାରନ୍ତି ।

author

Related Articles

Leave a Reply

Your email address will not be published. Required fields are marked *