ନିର୍ବାଚନ ଲଢିବେ ବର୍ଷା , ପ୍ରଚାର କରିବେ ଅନୁଭବ

ନିର୍ବାଚନ ଲଢିବେ ବର୍ଷା , ପ୍ରଚାର କରିବେ ଅନୁଭବ

ନିର୍ବାଚନ ଲଢିବେ ବର୍ଷା , ପ୍ରଚାର କରିବେ ଅନୁଭବ । ହଁ ଦର୍ଶକବନ୍ଧୁ, ଏଭଳି କିଛି ରୋଚକ ଦୃଶ୍ୟ ଏଥର ନିର୍ବାଚନରେ ଦେଖିବାକୁ ମିଳିବ । ନିର୍ବାଚନ ପାଇଁ ଗୋଟିଏ ପରେ ଗୋଟିଏ ପ୍ରାର୍ଥୀ ତାଲିକା ପ୍ରକାଶ କରୁଛନ୍ତି ରାଜନୈତିକ ଦଳ । ନିର୍ବାଚନ ତାରିଖ ପାଖେଇ ଆସୁଥିବାରୁ ଷ୍ଟାର ପ୍ରଚାରକଙ୍କୁ ନେଇ ରଣକ୍ଷେତ୍ରକୁ ଓହ୍ଲାଇଲେଣି ବିଜେଡି ଏବଂ ବିଜେପି । ଆଉ ଏହାରି ମଧ୍ୟରେ ଏହି ଖବର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ବିଜେଡି ଛାଡି ବିଜେପିକୁ ଆସିଥିବା ଅନୁଭବ ମହାନ୍ତିଙ୍କୁ ଟିକେଟ୍ ବଦଳରେ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି । ବିଜେପିରେ ଅନେକ ଦିନ ଧରି ଯୋଗ ଦେବା ପରେ ସେ କେଉଁଠୁ ନିର୍ବାଚନ ଲଢିବେ ତାକୁ ନେଇ ଆଲୋଚନା ଚାଲିଥିବା ବେଳେ ଏବେ ସେ ଦଳ ପାଇଁ କେବଳ ଷ୍ଟାର କ୍ୟାମ୍ପେନର ଭାବରେ ମୈଦାନକୁ ଓହ୍ଲାଇବେ ବୋଲି ସୂଚନା ମିଳିଛି । ବିଜେଡିରେ ଥିବା ବେଳେ ସେ ସାଂସଦ ପ୍ରାର୍ଥୀ ହୋଇଥିଲେ । ଏବେ କିନ୍ତୁ ଦଳ ଛାଡିବା ପରେ ତାଙ୍କୁ ବିଧାୟକ ପଦ ବି ମିଳିଲାନି । ଅନ୍ୟପଟେ ଅନୁଭବଙ୍କ ପୂର୍ବ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ବିଜେଡିରେ ସାମିଲ ହୋଇ ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି । ଆଉ ଦଳରେ ଦୁଇ ଦିନ ହେବ ଯୋଗ ଦେବା ପରେ ତାଙ୍କୁ ସଙ୍ଗେସଙ୍ଗେ ବିଧାୟକ ଟିକେଟ୍ ଦେଇଛନ୍ତି ଦଳର ସୁପ୍ରିମୋ । ଯାହା ପରେ ଏବେ ଏହି ଦୁଇଜଣଙ୍କୁ ନେଇ ରାଜ୍ୟ ରାଜନୀତିର ତାତି ଆହୁରି ବଢିଯାଇଛି । ଦୀର୍ଘ ଦିନ ଧରି ଦଳରେ ରହିବା ପରେ ବି ଦଳରେ କୋଣଠେସା ହେଉଥିବା ଅଭିଯୋଗ କରି ଅନୁଭବ ଦଳ ଛାଡିଥିଲେ । କିନ୍ତୁ ଏବେ ତାଙ୍କରି ଘନିଷ୍ଠ ଥିବା ବର୍ଷା ବିଜେଡି ଟିକେଟ୍ ପାଇଛନ୍ତି । ଏପରିକି ବର୍ଷାଙ୍କୁ ଏଥର ବଡଚଣାରୁ ଅଧିକ ଭୋଟରେ ଜିତାଇବା ପାଇଁ ନବୀନ ମାଷ୍ଟରପ୍ଲାନ ରେଡି କରିଛନ୍ତି । ତେବେ ଅନୁଭବଙ୍କୁ ଟିକେଟ ମିଳିବା ଆଶା ଏ ଯାଏଁ କ୍ଷୀଣ ହୋଇନି । କାରଣ ବିଜେପି ଆହୁରି କିଛି ଆସନରେ ପ୍ରାର୍ଥୀ ଦେବା ବାକି ଅଛି । ତେବେ ଦେଖାଯାଉ ବାକି ଥିବା ଆସନରେ ଅନୁଭବଙ୍କ ଭାଗ୍ୟ ଫିଟୁଛି ନା ଅନୁଭବ ଏଥର ନିର୍ବାଚନରେ ଖାଲି ଷ୍ଟାର ପ୍ରଚାରକ ହୋଇ ରହିଯାଉଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *