ନିଲମ୍ବିତ ନେତାଙ୍କୁ ପୁଣି ଦଳରେ ମିଶାଇବ କଂଗ୍ରେସ

ନିଲମ୍ବିତ ନେତାଙ୍କୁ ପୁଣି ଦଳରେ ମିଶାଇବ କଂଗ୍ରେସ


ସାଧାରଣ ନିର୍ବାଚନ ପାଇଁ କଂଗ୍ରେସର ଚାଲିଛି ସମରସଜ୍ଜା । ଦଳକୁ ମଜବୁତ କରିବା ପାଇଁ ଆପଣାଉଛି ବିଭିନ୍ନ ରଣନୀତି । ସାଧାରଣ ନିର୍ବାଚନ ପୂର୍ବରୁ ଦଳ କେମିତି ମଜବୁତ ହେବ ସେଥିପାଇଁ ବଳ ଗୋଟାଉଛି କଂଗ୍ରେସ । ଏଥର ଓଡିଶାକୁ ବେଶୀ ଗୁରୁତ୍ୱ ଦେବା ସହ ରାଜ୍ୟରେ କଂଗ୍ରେସ ଯେଉଁ ସ୍ଥିତିରେ ଅଛି ତାକୁ ସଜାଡିବା ପାଇଁ ଅଣ୍ଟା ସଳଖୁଛି କଂଗ୍ରେସ । ଏଥିପାଇଁ କଂଗ୍ରେସ ଆଉ ଏକ ବଡ ନିଷ୍ପତ୍ତି ନେଇଛି । ଯେଉଁ ମାନଙ୍କୁ ଦଳ ବିରୋଧୀ କହି ଦଳରୁ ବହିଷ୍କୃତ କରିଥିଲେ ଏବେ ସେମାନଙ୍କୁ ପୁଣି ଦଳରେ ସାମିଲ କରିବାକୁ ମନ ବଳାଇଛି କଂଗ୍ରେସ । ଏ ସମ୍ପର୍କରେ ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂ ସାଲୁଜା କଂଗ୍ରେସକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଛନ୍ତି । ଯେଉଁମାନେ ନିଲମ୍ବନ ହେବା ପରେ ମଧ୍ୟ ଅନ୍ୟ ଦଳ ସହିତ ସମ୍ପର୍କ ରଖିନାହାଁନ୍ତି , ସେମାନଙ୍କୁ ଦଳକୁ ଫେରାଇ ଆଣ ବୋଲି ଆହ୍ୱାନ ଦେଇଛନ୍ତି । ନିଲମ୍ବନ, ଦଳରୁ ତଡିବା ଭଳି ପଦକ୍ଷେପ ନନେଇ ଦଳକୁ ଯୋଡିବା ଆରମ୍ଭ କର ବୋଲି କହିଛନ୍ତି ସାଲୁଜା । ତେବେ ଏହି ତାଲିକାରେ କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ନାଁ ଆଗରେ ରହିଛି । ଏହା ସହ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତଜେନା ମଧ୍ୟ ସାମିଲ ଅଛନ୍ତି । ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ମଧ୍ୟ ନିଲମ୍ବନ ହଟିବ ବୋଲି ଦଳର ନେତା କହିଛନ୍ତି । ଅପରପକ୍ଷେ ଓଡିଶା କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାରଙ୍କ ଓଡିଶା ଗସ୍ତ ବେଳେ ୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ହେମା ଗମାଙ୍ଗଙ୍କ ଘର ବାହୁଡା ହେବ । ପୂର୍ବତନ ସାଂସଦ ସଞ୍ଜୟ ସିଂ ଭୋଇ ମଧ୍ୟ ଦଳକୁ ପୁଣି ଫେରିବା ନେଇ ଆଲୋଚନା ଚାଲିଛି । ତେବେ ୨୦୧୯ ସାଧାରଣ ନିର୍ବାଚନରେ ପରାଜିତ ହେବା ପରଠୁ ସାଙ୍ଘଠନିକ କାର୍ଯ୍ୟକ୍ରମରୁ ଦୂରେଇ ରହିଥିବା ଚିରଞ୍ଜୀବ ବିଜେଡିରେ ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛିି । କଂଗ୍ରେସ ତାଙ୍କୁ ଦଳରୁ ନିଲମ୍ବିତ କରିଥିବାରୁ ସେ ବିଜେଡିରେ ସାମିଲ ହୋଇପାରୁନଥିଲେ । ମାତ୍ର ନିଲମ୍ବନ ହଟିବା ପରେ ଓ ଆଗାମୀ ନିର୍ବାଚନ ପୂର୍ବରୁ ସେ ବିଜେଡିରେ ଯୋଗ ଦେଇପାରନ୍ତି ବୋଲି ତାଙ୍କ ସମର୍ଥକଙ୍କ ମହଲରୁ ସୂଚନା ମିଳିଛି । ତେବେ ଶ୍ରୀ ବିଶ୍ୱାଳ ସାଢେ ୪ ବର୍ଷ ଧରି ସାଙ୍ଗଠନିକ କାର୍ଯ୍ୟରେ ସକ୍ରିୟ ନଥିବାରୁ ସେ ଆଗାମୀ ନିର୍ବାଚନ ଲଢିବେ କି ନାହିଁ ତାହା ସନ୍ଦେହ ଘେରରେ ରହିଛି ।

author

Related Articles

Leave a Reply

Your email address will not be published. Required fields are marked *