ଆଲୋକରୁ ଅନ୍ଧକାରକୁ ଗସ୍ତ କରୁଛି ଶିକ୍ଷାବିତଙ୍କ ଭବିଷ୍ୟତ । ଏକଥା ଆମେ କାହିଁକି କହୁଛୁ ତାହା ଆପଣମାନେ ନିଶ୍ଚୟ ବୁଝିପାରୁଥିବେ । ଶିକ୍ଷାପଥରେ ଏବେ ମୁଖ୍ୟ ବାଧକ ସାଜିଛି ନିଶା ସେବନ । ଆଜିକାଲିର ଯୁବପିଢିଙ୍କୁ ନଷ୍ଟ କରିବାରେ ମୁଖ୍ୟ ନିଶାଦ୍ରବ୍ୟ । ନିଶାର ବଳୟ ଭିତରେ କବଳିତ ହୋଇ ରହୁଛନ୍ତି ଯୁବ ସମାଜ । ବର୍ତ୍ତମାନର ଯୁବପୀଢିଙ୍କ ଠାରେ ନିଶାସେବନର ମାତ୍ରା ବଢୁଥିବା ଦେଖାଯାଇଛି । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନିଶା ଅଭ୍ୟାସକୁ ନେଇ ସର୍ଭେ ରିପୋର୍ଟର ଖୁଲାସା ଏବେ ପୁରା ସରକାରଙ୍କୁ ଚିନ୍ତାରେ ପକାଇଛି । ଉନ୍ନତମାନର ଶିକ୍ଷା, ନୂଆ ନୂଆ ପ୍ରଯ୍ୟୁକ୍ତି ବିଦ୍ୟା ପାଇଁ ନୂଆ ନୂଆ ଶିକ୍ଷାନୁଷ୍ଠାନ ଗଠନ କରିବା ଦିଗରେ ସରକାର ଅଗ୍ରସର ହେଉଛନ୍ତି । ହେଲେ ସର୍ଭେ ରିପୋର୍ଟ କହୁଛି ବିଜ୍ଞାନର ବିକାଶ, ସମାଜର ଅଗ୍ରଗତି ପାଇଁ ଯେଉଁ ଶିକ୍ଷା ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ତାହାକୁ ଆଜି ନିଶା ସର୍ବନାଶ କରିବାକୁ ଯାଉଛି । ଏକ ରିସର୍ଚ୍ଚରୁ ଜଣାପଡିଛି ଦେଶରେ ନିଶା ସେବନ କରୁଥିବା ଲୋକଙ୍କ ମଧ୍ୟରୁ ୫୫ ପ୍ରତିଶତ ୨୦ ବର୍ଷରୁ କମ ପିଲା ନିଶା ସେବନ କରନ୍ତି । ଗ୍ଲୋବାଲ ୟୁଥ ଟବାକୋ ସର୍ଭେ -୨୦୧୯ ରିପୋର୍ଟ ଅନୁଯାୟୀ ୮.୫ ପ୍ରତିଶତ ସ୍କୁଲ ପିଲା ନିୟମିତ ନିଶାସେବନ କରୁଛନ୍ତି । ଏହା ମଧ୍ୟ ଜଣାଯାଇଛି ୨୦୨୧ରେ ତମାଖୁ ସେବନ କାରଣରୁ ଦେଶରେ ୧ ମିଲିୟନ ଲୋକ ମୃତ୍ୟୁବରଣ କରିଛନ୍ତି କିନ୍ତୁ ବଡ ଦୁଖ ଓ ପରିତାପର ବିଷୟ ଯାହା ସମୁଦାୟ ମୃତ୍ୟୁ ସଂଖ୍ୟାର ୧୭. ୮ ପ୍ରତିଶତ । ତେବେ ନିଶା ନିବାରଣ ସରକାର ବିଭିନ୍ନ ପନ୍ଥା ଆପଣାଉଥିଲେ ମଧ୍ୟ ସରକାରଙ୍କ ସମସ୍ତ ଯୋଜନା ଫୁ ମାରୁଛି ।
You can share this post!
author