ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ କହିଲେ ସୁରେଶ ପୂଜାରୀ…

ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ କହିଲେ ସୁରେଶ ପୂଜାରୀ…

ଓଡିଶାର ମୁଖ୍ୟମନ୍ତ୍ରୀ କିଏ ହେବ ବୋଲି ଏପର୍ଯ୍ୟନ୍ତ ବି ପରଦା ହଟିପାରୁନି । ଏନେଇ ସସପେନ୍ସ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ରେସରେ ଏବେ ସବୁଠାରୁ ଆଗରେ ରହିଛନ୍ତି ବ୍ରଜରାଜନଗର ବିଧାୟକ ସୁରେଶ ପୂଜାରୀ । ତାଙ୍କ ନାଁ ଚର୍ଚ୍ଚା ଭିତରେ ସେ ଦିଲ୍ଲୀରୁ ଫେରିଛନ୍ତି । ଭୁବନେଶ୍ୱରରେ ପହଞ୍ଚିବା ପରେ ସେ ଘୋଷାଣକୁ ଅପେକ୍ଷା କରିବା ପାଇଁ କହିଛନ୍ତି । ଦୁଇ ଜଣ କେନ୍ଦ୍ରୀୟ ନେତା ରାଜନାଥ ସିଂହ ଓ ଭୂପିନ୍ଦର ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ୱ ଦିଆଯାଇଛି । ଆସନ୍ତାକାଲି ବିଧାୟକ ଦଳ ବୈଠକ ବସିବ । ଏଥିରେ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ନିଷ୍ପତି ନିଆଯିବ । ବୈଠକର ନିଷ୍ପତିକୁ ଅପେକ୍ଷା କରିବାକୁ କହିଛନ୍ତି ସୁରେଶ ପୂଜାରୀ ।

author

Related Articles

Leave a Reply

Your email address will not be published. Required fields are marked *