ନୀତିଶଙ୍କୁ ଚେତାବନୀ ଦେଲେ ପ୍ରଶାନ୍ତ

ନୀତିଶଙ୍କୁ ଚେତାବନୀ ଦେଲେ ପ୍ରଶାନ୍ତ

ଜାତି ଅଧାରରେ ଜନଗଣନା ରିର୍ପୋଟ ଜାରି କରିଛି ବିହାର । ରିର୍ପୋଟ ମୁତାବକ ବିହାର ଜନସଂଖ୍ୟାର ମାତ୍ରାଧିକ ଲୋକ ହେଉଛନ୍ତି ଓବିସି ସଂପ୍ରଦାୟର । ୨୦୨୪ ବିହାର ନିର୍ବାଚନରେ ଜାତିକୁ ନେଇ ନିର୍ବାଚନ ଜିତିବାର ଆଶା ରଖଛନ୍ତି ନୀତିଶ କୁମାର ଓ ଲାଲୁ ଯାଦବ । ମେଣ୍ଟର ଓବିସି କାର୍ଡ ଆଗରେ ବିଜେପି ଫିକା ପଡିବାକୁ ନେଇ ରାଜନୀତି କରୁଛନ୍ତି ବିହାର ସରକାର । କିନ୍ତୁ ଏସବୁ ଚାଲ ଫେଲ ମାରିବ । ମେଣ୍ଟର ଭବିଷ୍ୟବାଣି କରି ପଣ୍ଡିତ ଜଣଙ୍କ କହିଛନ୍ତି । ନୀତିଶଙ୍କ ଦଳ ୨୪ ନିର୍ବାଚନରେ ମାତ୍ର ୫ଟି ଲୋକସଭା ଆସନ ଜିତିପାରିବ ବୋଲି କହିଛନ୍ତି ପଣ୍ଡିତ ଜଣଙ୍କ । ତେବେ ପୂର୍ବରୁ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପି ୧୦୦ଟି ଆସନ ଭିତରେ ସୀମିତ ରହିବ ବୋଲି ସେ କହିଥିଲେ । ଯାହାରଫଳ ବିଜେପି କେବଳ ୬୭ଟି ଆସନରେ ସୀମିତ ରହିଥିଲା । ଏବେ ପୁଣି ତାଙ୍କ ଭବିଷ୍ୟବାଣିକୁ ନେଇ ରାଜନୌତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ପ୍ରଶାନ୍ତ କିଶୋର । ପ୍ରଶାନ୍ତ ପୂର୍ବରୁ ନିତିଶଙ୍କ ଦଳର ଉପସଭାପତି ଥିଲେ । ରାଜନୈତିକ ବାଦ ବିବାଦ ଯୋଗୁ ପରସ୍ଫର ଠୁ ଅଲଗା ହୋଇଯାଇଥିଲେ ପ୍ରଶାନ୍ତ ଓ ନୀତିଶ । ପ୍ରଶାନ୍ତ ଏବେ ପଶ୍ଚିମବଙ୍ଗର ମମତା ବର୍ନାଜିଙ୍କ ଖାସ ଲୋକ । ପ୍ରଶାନ୍ତ କହିଲେ ଏହା ହେଉଛି ନୀତିଶଙ୍କ ଶେଷ ନିର୍ବାଚନ । ସବୁଆଡୁ ହରାସ ହେଲେଣି ନୀତିଶ ଶେଷରେ କାନ୍ତ ହୋଇ କିଛି ବି କହୁଛନ୍ତି । ଜାତିଗତ ସର୍ଭେକୁ ନେଇ ବାଜି ଲଗାଉଛନ୍ତି ନୀତିଶ । ଏହା କାହାକୁ ବି ଫାଇଦା ଦେବନି ନା ନୀତିଶ ନା ଇଣ୍ଡିଆ ମେଣ୍ଟ କାହାକୁ ମିଳିବନି । ୨୪ରେ ଜେଡିୟୁର ୫ପ୍ରାର୍ଥୀ ମଧ୍ୟ ଜିତିପାରିବେନି । ବିହାରରେ ଭୋଟରଙ୍କୁ ହାତୋଇବା ପାଇଁ ଜନ ପଦଯାତ୍ରା କରୁଛନ୍ତି ପ୍ରଶାନ୍ତ । ସତରେ କଣ ପ୍ରଶାନ୍ତଙ୍କ କଥା ସତ ହେବ ? ନାଁ ଦାବିହୀନ କଥା କହୁଛନ୍ତି ପ୍ରଶାନ୍ତ ? ପୂର୍ବରୁ ତାଙ୍କ କଥା ପଶ୍ଚିମବଙ୍ଗ ନିର୍ବାଚନରେ ସତ ହୋଇଥିଲା । କିନ୍ତୁ ବିହାରର ଓବିସି ଭୋଟରଙ୍କୁ ନେଇ ନୀତିଶ କରିଥିବା ପ୍ଲାନ କେତେ ଦ୍ୱର ସତରେ ପରିଣତ ହେବ ତାହା ତ ସମୟ କହିବ ।

author

Related Articles

Leave a Reply

Your email address will not be published. Required fields are marked *