ନୀତି ଆୟୋଗ ସିଇଓଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ନୀତି ଆୟୋଗ ସିଇଓଙ୍କ ସହ ମୁଖ୍ୟ ଶାସନ ସଚିବଙ୍କ ବୈଠକ

ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଓ ବିଭିନ୍ନ ବିଭାଗର ମୁଖ୍ୟ ସଚିବ ମାନଙ୍କ ସହିତ ଆଲୋଚନା କରିଛନ୍ତି ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଭି ଆର ଶୁଭ୍ରାମଣ୍ୟମ । ଅନୁଷ୍ଠିତ ଏହି ବୈଠକରେ ବିକଶିତ ଓଡିଶା 2023 ଓ ବିକଶିତ ଭାରତ ଲକ୍ଷ୍ୟ ନେଇ ନିଆଯାଉଥିବା ପଦକ୍ଷେପ ବାବଦରେ ବିସ୍ତୃତ ଭାବରେ ଆଲୋଚନା ହୋଇଯାଇଛି । ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ଲକ୍ଷ୍ୟ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ତରଫରୁ କରାଯାଉବା ବିଭି ଯୋଜନା ଓ କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ସମ୍ପର୍କରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ରାଜ୍ୟର ତଥା ଦେଶର ଦୀର୍ଘମିଆଦି ଉନ୍ନୟନ ଦୃଷ୍ଟିକୋଣ, ଓଡିଶା ଭିଜନରେ ରହି ଲକ୍ଷ୍ୟ ପୂରଣ ପାଇଁ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ଓଡ଼ିଶା ଭିଜନ ପ୍ରସ୍ତାବରେ ଆଗତ ଭୁବେନେଶ୍ୱର–କଟକ-ପୁରୀ–ପାରାଦୀପ–କଟକ ଆର୍ଥିକ ଅଞ୍ଚଳ ବିକାଶ ସମ୍ପର୍କରେ ଆଲାଚନା କରାଯାଇ, ଏହି ଅଳକୁ ଏକ ସଂଯୁକ୍ତ ଆର୍ଥିକ ଓ ସହରୀକରଣ ବିକଶିତ କରିବା ପାଇଁ ଏଥି ସମ୍ପର୍କିତ କାଯ୍ୟ ତ୍ୱରାନିତ୍ୱ କରିବା ଉପେର ଗୁରୁତ୍ୱାରୋପ କରାଯଆଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *