ନୀଳଗିରିକୁ ନେଇ ଦ୍ୱନ୍ଦରେ ତିନି ରାଜନୈତିକ ଦଳ

ନୀଳଗିରିକୁ ନେଇ ଦ୍ୱନ୍ଦରେ ତିନି ରାଜନୈତିକ ଦଳ

ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି,ବିଜେପି ଓ କଂଗ୍ରେସ ତାଙ୍କର କିଛି କିଛି ସ୍ଥାନରେ ପ୍ରାର୍ଥୀ ଘୋଷଣା କରିନାହାନ୍ତି । ଯେଉଁଥିପାଇଁ ଗୋଳମାଳିଆ ପରିସ୍ଥିତି ଦେଖାଦେଇଛି । ଏବେ ପର୍ଯ୍ୟନ୍ତ ଘୋଷଣା ହୋଇନାହିଁ ନୀଳଗିରିର ବିଧାନସଭା ଟିକେଟ । ନୀଳଗିରି ବିଧାୟକ ସୁକାନ୍ତ ନାୟକ ଦଳରୁ ଇସ୍ତଫା ଦେବାପରେ ରାଜନୈତିକ ସମୀକରଣ ଓଲଟ ପାଲଟ ହୋଇଯାଇଛି । ଦଳ ଏଠାରୁ କାହାକୁ ଟିକେଟ୍ ଦେବ, ସେ ନେଇ ଅଙ୍କ କଷା ଛିଣ୍ଡୁନି । ଏହାମଧ୍ୟରେ ବିଧାୟକ ସୁକାନ୍ତ ପଦ୍ମ ଛାଡ଼ି ବିଜେଡିରେ ସାମିଲ ହୋଇଛନ୍ତି । ସେ ଦଳୀୟ ଟିକେଟରେ ନୀଳଗିରି ଆସନରୁ ନିର୍ବାଚନ ଲଢ଼ିପାରନ୍ତି ବୋଲି ଆକଳନ କରାଯାଉଛି । ଅନ୍ୟପଟେ କଂଗ୍ରେସ ମଧ୍ୟ ପ୍ରାର୍ଥୀ ଚୟନ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି । ତେବେ କେବେ ଦୂର ହେବ ନୀଳଗିରି ଆସନର ଦ୍ୱନ୍ଦ ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *