ହଟିଲା ସସପେନ୍ସ ବାହାରିବେ ନବୀନ
3 ଓ 7ରେ ନୂଆପଡାରେ ପ୍ରଚାର କରିବେ ନବୀନ
ବିଜେପିକୁ ଝଟକା ବଢୁଛି ନବୀନଙ୍କ କ୍ରେଜ
ହଁ ଦର୍ଶକବନ୍ଧୁ କେବେ ନୂଆପଡା ମୈଦନାକୁ ଓହ୍ଲାଇବେ ନବୀନ ? କେଉଁଦିନ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରିବେ ? ଏ ସମସ୍ତ ସସପେନ୍ସ ଏବେ ଦୂର ହୋଇଛି । ଖୁବଶୀଘ୍ର ନୂଆପଡା ଗସ୍ତ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଏନେଇ ତାରିଖ ମଧ୍ୟ ଘୋଷଣା ସରିଛି । କେବଳ ନବୀନଙ୍କ ଗସ୍ତକୁ ଅପେକ୍ଷା କରିଛନ୍ତି ନୂଆପଡାବାସୀ । ହାତଗଣତି ଆଉ ମାତ୍ର କେଇଟା ଦିନ ପରେ ନୂଆପଡାରେ ଭୋଟ ପଡିବାକୁ ଯାଉଛି । ପ୍ରାର୍ଥୀଙ୍କ ପ୍ରଚାରରେ ମଇଦାନ ହୁଲସ୍ତୁଲ ହେଉଛି । ଝଡବର୍ଷାକୁ ଖାତିର ନକରି ବାତ୍ୟା ସମୟରେ ବି ଘର ଘର ବୁଲି ପ୍ରଚାର କରୁଛନ୍ତି ପ୍ରାର୍ଥୀ । ସେହିପରି ନୂଆପଡାରେ ବିଜୁ ଜନତା ଦଳର କ୍ରେଜ ମଧ୍ୟ ବଢିବାରେ ଲାଗିଛି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନି ଛୁରିଆଙ୍କ ପ୍ରତି ଜନ ସମର୍ଥନ ବଢୁଛି । ଆଉ ଏହାରି ଭିତରେ ଆସନ୍ତା ନଭେମ୍ୱର 3 ଓ 7ରେ ନୂଆପଡା ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦୁଇଦିନ ନୂଆପଡା ଗସ୍ତରେ ଯାଇ ନବୀନ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନି ଛୁରିଆଙ୍କ ପାଇଁ ପ୍ରଚାର କରିବେ । ଏକ ବିଶାଳ ଜନସଭାକୁ ନବୀନ ସମ୍ୱୋଧିତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି । ତେବେ ନୂଆପଡା ଉପନିର୍ବାଚନ ଜିତିବା ପାଇଁ ବିଜେଡିର ନିଜର ସମସ୍ତ କଳ ବଳ କୌଶଳ ଲଗାଇଦେଇଛି । ବିଜେଡିର ବିଧାୟକ ଓ ବରିଷ୍ଠ ନେତାମାନେ ଯାଇ ନୂଆପଡାରେ ଡେରା ପକାଇଛନ୍ତି । ନବୀନ ମଇଦାନକୁ ଓହ୍ଲାଇବା ପରେ ଦଳୀୟ କର୍ମୀ ମଧ୍ୟରେ ଉତ୍ସାହ ବଢିବ ବୋଲି ଦଳୀୟ ନେତାମାନେ ଆଶାବାନ୍ଧିଛନ୍ତି । ଆସନ୍ତା ନଭେମ୍ୱର 11ରେ ନୂଆପଡା ଭୋଟ ପଡିବ । ପୂର୍ବ ସରକାର କରିଥିବା ବିକାଶ ମୂଳକ କାମକୁ ମୁଦ୍ଦା କରିଛି ବିଜୁ ଜନତା ଦଳ । ସେହିପରି ଭାରତୀୟ ଜନତା ପାର୍ଟି 15ମାସର ସଫଳତାକୁ ପ୍ରସଙ୍ଗ କରି ଜନତାଙ୍କ ପାଖକୁ ଯାଉଛି । ତେବେ ଦେଖିବାର କଥା ନବୀନ ମଇଦାନକୁ ଓହ୍ଲାଇବା ପରେ ନୂଆପଡାବାସୀଙ୍କ ଉପରେ କେଉଁ ପ୍ରଭାବ ପଡୁଛି ।
