ନୂଆପଡାରେ ବଳ ଦେଖାଇଲା ବିଜେଡି

ନୂଆପଡାରେ ବଳ  ଦେଖାଇଲା ବିଜେଡି

ନାମାଙ୍କନ ଭରିଲେ ବିରାଟ ପଟୁଆର ଧରି ବାହାରିଲେ ନୂଆପଡା ଉପନିର୍ବାଚନ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନୀ ଛୁରିଆ । ହଁ ଦର୍ଶକବନ୍ଧୁ ନୂଆପଡା ଉପନିର୍ବାଚନକୁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା । ତିନି ପ୍ରମୁଖ ରାଜନୈତିକ ଦଳ ନିଜର ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି ଏବଂ ନାମାଙ୍କନ ଦାଖଲ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ଗତକାଲି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଓ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନିଜର ହଜାର ହଜାର ସମର୍ଥକଙ୍କ ସହ ଶକ୍ତି ପ୍ରଦର୍ଶନ କରିବା ସହିତ ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଥିଲେ । ତେବେ ଗତକାଲି ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନୀ ଛୁରିଆ ନିଜର ହଜାର ହଜାର ଦଳୀୟ କର୍ମୀ ଓ ସମର୍ଥକଙ୍କ ଗହଣରେ ଯାଇ ସେ ନାମାଙ୍କନ ଦାଖଲ କରିଛନ୍ତି । ସାଙ୍ଗରେ ବିଜେଡିର କିଛି ବିଧାୟକ ମଧ୍ୟ ଉପସ୍ଥିତ ରହିଛନ୍ତି ।

ନୂଆପଡା ଉପନିର୍ବାଚନକୁ ନେଇ ତାତି ବଢୁଥିବା ବେଳେ ତିନି ପ୍ରମୁଖ ରାଜନୈତିକ ଦଳମାନଙ୍କ ଜୋରଦାର ପ୍ରଚାରରେ ଉଠୁଛି ପଡୁଛି ନୂଆପଡା । ନିଜର କର୍ମୀମାନଙ୍କୁ ଧରି ବିଶାଳ ଶୋଭଯାତ୍ରା କରି ନିଜର ଶକ୍ତି ପ୍ରଦର୍ଶନ କରୁଛି ତିନି ଦଳ । ନୂଆପଡା ଉପନିର୍ବାଚନ ଉପରେ ସାରା ରାଜ୍ୟର ନଜର ରହିଥିବା ବେଳେ ବିଜେପି  ଓ ବିଜେଡିର ଛାମୁଆ ସଙ୍ଗଠନ ମାନେ ନୂଆପଡାରେ ଡେରା ପକାଇଛନ୍ତି । ଖୋଦ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନୂଆପଡା ଗସ୍ତରେ ଆସୁଛନ୍ତି ସମାବେଶ କରୁଛନ୍ତି ନୂଆପଡାବାସୀଙ୍କ ପାଇଁ ନୂଆ ନୂଆ ଘୋଷଣାନାମା ମଧ୍ୟ କରୁଛନ୍ତି । ଖାଲି ସେତିକି ନୁହେଁ ବରଂ ବିରୋଧି ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନୂଆପଡାର ପ୍ରଚାର ମଇଦାନକୁ ଓହ୍ଲାଇବେ । ତେବେ ବିଜେପି ୧୫ମାସର ସଫଳତାକୁ ପ୍ରସଙ୍ଗ କରିଥିବାବେଳେ କଂଗ୍ରେସ ଆଇନଶୃଂଖଳାକୁ ପ୍ରସଙ୍ଗ କରିଛି । ବିଜେଡି ମଧ୍ୟ ନୂଆପଡା ପାଇଁ ରଣନୀତି କରୁଛି ।  ଆଗକୁ ନୂଆପଡାକୁ ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ ତାରକା ପ୍ରଚାରକ ଆସିବାକୁ ଥିବାରୁ, ପ୍ରଚାର ମଇଦାନ ଆହୁରି ସରଗରମ ହେବ ।

 

author

Related Articles

Leave a Reply

Your email address will not be published. Required fields are marked *