ନୂଆବର୍ଷରୁ କମ୍ ଦାମରେ ମିଳିବ ଉଜ୍ଜ୍ୱଳା ସିଲିଣ୍ଡର

ନୂଆବର୍ଷରୁ କମ୍ ଦାମରେ ମିଳିବ ଉଜ୍ଜ୍ୱଳା ସିଲିଣ୍ଡର

ନୂଆବର୍ଷରୁ ୫୦ ଟଙ୍କା କମରେ ମିଳିବ ଉଜ୍ଜ୍ୱଳା ସିଲିଣ୍ଡର । ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ହେଉଥିବା ଲୋକଙ୍କୁ ନୂଆବର୍ଷରୁ ଆଶ୍ୱସ୍ତି ଦେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ରାଜସ୍ଥାନ ସରକାର। ୨୦୨୪ ଜାନୁଆରୀ ୧ରୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀ ୫୦ ଟଙ୍କା କମରେ ରନ୍ଧନ ଗ୍ୟାସ ପାଇବେ। ସିଲିଣ୍ଡର ପିଛା ୫୦୦ ଟଙ୍କା ପଡୁଥିବେ ବେଳେ ୧ ତାରିଖରୁ ସମସ୍ତ ହିତାଧିକାରୀ ୪୫୦ ଟଙ୍କାରେ ରନ୍ଧନ ଗ୍ୟାସ ପାଇବେ। ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା ଏହା ଘୋଷଣା କରିଛନ୍ତି।

ନିକଟରେ ଶେଷ ହୋଇଥିବା ରାଜସ୍ଥାନ ନିର୍ବାଚନ ବେଳେ ବିଜେପି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ବଡ଼ ପ୍ରତିଶ୍ରୁତି ଦେଇଥିଲା। ପ୍ରତିଶ୍ରୁତି ଦେବା ବେଳେ ଦଳ କହିଥିଲା ଯେ ଯଦି ବିଜେପି ରାଜସ୍ଥାନରେ କ୍ଷମତାକୁ ଫେରିବ, ତା’ହେଲେ ଉଜ୍ଜ୍ୱଳା ହିତାଧିକାରୀଙ୍କୁ ଏଲପିଜି ସିଲିଣ୍ଡର ପିଛା ୫୦୦ ଟଙ୍କା ବଦଳରେ ୪୫୦ ଟଙ୍କା ଦେବାକୁ ପଡ଼ିବ। ଏବେ ସତକୁ ସତ ଜାନୁଆରୀ ୧ରୁ ରାଜସ୍ଥାନ ସରକାର ହିତାଧିକାରୀଙ୍କୁ ୪୫୦ ଟଙ୍କାରେ ଏଲପିଜି ସିଲିଣ୍ଡର ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *