ନୂଆବର୍ଷରେ କମିବ ପେଟ୍ରୋଲ ଓ ଡିଜେଲ ଦର ! ପେଟ୍ରୋଲିୟମ୍ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ

ନୂଆବର୍ଷରେ କମିବ ପେଟ୍ରୋଲ ଓ ଡିଜେଲ ଦର ! ପେଟ୍ରୋଲିୟମ୍ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ

ନୂଆବର୍ଷରେ କମିପାରେ ପେଟ୍ରୋଲ ଓ ଡିଜେଲ ଦର । ଲିଟର ପିଛା ୮ରୁ ୧୦ ଟଙ୍କା ପଯ୍ୟନ୍ତ କମିବା ନେଇ ପେଟ୍ରୋଲିୟମ୍ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ରହିଛି । ଏବେ କେବଳ ପ୍ରଧାନମନ୍ତ୍ରୀଙ୍କ ମଞ୍ଜୁରୀକୁ ଅପେକ୍ଷା ରହିଛି । ନୂଆବର୍ଷ ପୂବରୁ ଦର ହ୍ରାସ ହୋଇପାରେ ବୋଲି ଆଶା କରାଯାଉଛି । ଆଗକୁ ସାଧାରଣ ନିବାଚନ ଥିବାରୁ ପେଟ୍ରୋଲ ଓ ଡିଜେଲ ଦରରେ ବଡ ଧରଣର ହ୍ରାସ ପାଇଁ ବିଚାର କରାଯାଉଛି । ଇନ୍ଧନ ଦରରେ ଏହି ହ୍ରାସର କିଛି ଭାଗ ରାଷ୍ଟ୍ରାୟତ ତୈଳ ବିପଣନ କମ୍ପାନୀଙ୍କ ତରଫରୁ କରାଯିବ । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦରରେ ହ୍ରାସ ହୋଇଛି । ଫଳରେ ତେଲ ଆମଦାନୀ ଶସ୍ତା ହୋଇଛି । ତେଣୁ ଦର ହ୍ରାସ ପାଇଁ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *