ନୂଆବର୍ଷରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଗାଇଡଲାଇନ ଜାରି

ନୂଆବର୍ଷରେ ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଗାଇଡଲାଇନ ଜାରି

ନୂଆବର୍ଷକୁ ଆଉ ଅଳ୍ପ ଦିନ ବାକି ରହିଲା । ନୂଆବର୍ଷ ପାଳନ କରିବା ପାଇଁ ଏଥର ମଧ୍ୟ ଜିରୋ ନାଇଟ୍ ସେଲିବ୍ରେସନ ଉପରେ କଟକଣା ଲାଗୁକରାଯାଇଛି । ରାଜଧାନୀକୁ ନୂଆବର୍ଷରେ ନଜର ରଖିବେ ୨୦ ପ୍ଲାଟୁନ ପୋଲିସ ଫୋର୍ସ । ଏଥିପାଇଁ ନୂଆ ଗାଇଡଲାଇନ ମଧ୍ୟ କରାଯାଇଛି । ନୂଆ ଗାଇଡ ଲାଇନ ଅନୁଯାୟୀ, ବାର୍ ଓ ହୋଟେଲ ଗୁଡ଼ିକ ରାତି ୧୨ ଟା ୩୦ ଯାଏ ଖୋଲା ରହିବ । ଅଧିକ ସମୟ ପାଇଁ ଖୋଲିବାକୁ ହେଲେ ସ୍ୱତନ୍ତ୍ର ଅନୁମତି ଦରକାର ।

ଗତକାଲି ହୋଟେଲ ଓ ବାର୍ ମାଲିକଙ୍କୁ ନେଇ ଏକ ବୈଠକ ବସିଥିଲା । ହୋଟେଲ ଓ ବାର୍ ଗୁଡ଼ିକରେ କିପରି ନୂଆ ବର୍ଷ ପାଳନ କରିବେ ଡିସିପିଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଯେଉଁ ହୋଟେଲ୍ କିମ୍ବା ବାର୍ ମାଲିକମାନେ ୧ଟା ୩୦ ଯାଏ ଖୋଲିବାକୁ ଚାହିଁବ, ସେଥିପାଇଁ ସ୍ୱତନ୍ତ୍ର ଅନୁମତି ନେବାକୁ ପଡ଼ିବ । ପାର୍କିଂ ପାଇଁ ସ୍ୱତନ୍ତ୍ର ସିକ୍ୟୁରିଟି ବ୍ୟବସ୍ଥା କରିବାକୁ ପଡ଼ିବ । ଗ୍ରାହକ ଯେପରି ଅଧିକ ମଦ୍ୟପାନ ନକରନ୍ତି ସେଥିପ୍ରତି ବାର୍ ଓ ହୋଟେଲ କର୍ତୃପକ୍ଷ ଧ୍ୟାନ ଦେବେ ବୋଲି ଗାଇଡଲାଇନରେ ନିର୍ଦ୍ଦେଶ ରହିଛି । ସେହିପରି ରାଜଧାନୀକୁ ସୁରକ୍ଷା ଯୋଗାଇ ଦେବାକୁ ୨୦ ପ୍ଲାଟୁନ ପୋଲିସ ଫୋର୍ସ ଜଗିବେ ବୋଲି ସୂଚନା ରହିଛି । ମଦୁଆଙ୍କ ପାଇଁ ସ୍ପେଶାଲ ୫ଟିି ପିସିଆର ଭ୍ୟାନ ବୁଲିବ । ୩୧ ତାରିଖ ଅପରାହ୍ନରୁ ସମ୍ବେଦନଶୀଳ ଜାଗା ଓ ତାରକା ହୋଟେଲ ସମ୍ମୁଖରେ ପୋଲିସ ପଇଁତରା ମାରିବ ।

author

Related Articles

Leave a Reply

Your email address will not be published. Required fields are marked *