ନୂଆବର୍ଷରେ ବିସ୍ପୋରଣ ନେଇ ଫୋନକଲ ,ମୁମ୍ୱାଇରେ ପୋଲିସର ହାଇ ଆର୍ଲଟ

ନୂଆବର୍ଷରେ ବିସ୍ପୋରଣ ନେଇ ଫୋନକଲ ,ମୁମ୍ୱାଇରେ ପୋଲିସର ହାଇ ଆର୍ଲଟ

ନବବର୍ଷକୁ ସ୍ୱାଗତ କରିବା ପାଇଁ ସବୁଆଡେ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି ।ତେବେ ଏହି ଖୁସି ଭିତରେ ଆସିଛି ଏକ ଆଶ୍ଚର୍ଯ୍ୟ କଲାଭଳି ଖବର । ନୂତନବର୍ଷ ପାଳନ ସମୟରେ ସହରରେ କେତେକ ସ୍ଥାନରେ ବୋମା ବିସ୍ପୋରଣ କରିବେ ବୋଲି ଫୋନରେ ଜଣେ ବ୍ୟକ୍ତି ଧମକ ଦେଇଛି । ଏହାପରେ ମୁମ୍ୱାଇ ପୋଲିସ ହାଇଆର୍ଲଟରେ ରହିଥିବା କଥା ଇଣ୍ଡିଆ ଟୁଡେ ରିପୋର୍ଟ କରିଛି । ସୂଚନା ଅନୁଯାୟୀ ବ୍ୟକ୍ତି ଜଣକ ମୁମ୍ୱାଇରେ ବିସ୍ପୋରଣ ହେବ କହି ଫୋନ କାଟି ଦେଇଥିଲା । ତେବେ କିଏ ଏହି ପୋନ କରିଥିଲା ତାହା ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ । ଏ ନେଇ ପୋଲିସ ତାର ତଦନ୍ତ ଜାରି ରଖିଛି ।

author

Related Articles

Leave a Reply

Your email address will not be published. Required fields are marked *