ନୂଆବର୍ଷରେ ରାତି ୧ଟାରୁ ଖୋଲିବ ସିଂହଦ୍ୱାର

ନୂଆବର୍ଷରେ ରାତି ୧ଟାରୁ ଖୋଲିବ ସିଂହଦ୍ୱାର

ନୂଆବର୍ଷରେ ରାତି ୧ଟାରୁ ଖୋଲିବ ସିଂହଦ୍ୱାର । ମଙ୍ଗଳଆଳତୀ ପରେ ରାତି ୧ଟା ୩୦ରୁ ଆରମ୍ଭ ହେବ ଦର୍ଶନ ଓ ଅନ୍ୟାନ୍ୟ ନୀତି । କେବଳ ବାହାର କାଠରେ ଦର୍ଶନ କରାଯିବା ନେଇ ବ୍ୟବସ୍ଥା ହୋଇଥିବା ସୂଚନା ମିଳିଛି । ମାର୍କେଟ ଛକଠାରୁ ସିଂହଦ୍ୱାର ପର‌୍ୟ୍ୟନ୍ତ ବଡ଼ଦାଣ୍ଡକୁ ନୋ ଭେହିକିଲ୍ ଜୋନ୍ ଭାବେ ଘୋଷଣା କରାଯାଇଛି। ସେହିପରି ଦିଗ ବାରେଣୀରୁ ବତୀଘର ପର୍ଯ୍ୟନ୍ତ ସମୁଦ୍ରକୂଳ ରାସ୍ତାକୁ ନୋ-ଭେହିକଲ୍ ଜୋନ ଭାବେ ଘୋଷଣା କରାଯାଇଛି । ଭିଡକୁ ନଜରରେ ରଖି ପୁରୀରେ ଯାନବାହନ ଚଳାଚଳ ଉପରେ କଟକଣା ଲଗାଇଛି ପୋଲିସ।


ଅନ୍ୟପକ୍ଷରେ ଆସନ୍ତାକାଲିଠୁ ନୂଆ ଏସି ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ । ଆଜି ପରୀକ୍ଷାମୂଳକ ଭାବେ ଏହି ନୂଆ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଇଛି । ଏହି ବ୍ୟାରିକେଡର ବସିବା ପାଇଁ ବ୍ୟବସ୍ଥା ପିଇବା ପାଇଁ ପାଣି ବ୍ୟବସ୍ଥା, ଏବଂ ଶୌଚାଳୟର ବି ବ୍ୟବସ୍ଥା ରହିଛି । ମରିଚିକୋଟ୍ ଛକରୁ ଆରମ୍ଭ କରି ବ୍ୟାରିକେଡ୍ ଶ୍ରୀମନ୍ଦିର କାର୍ଯ୍ୟଳୟ-ଦୋଳ ବେଦୀ ହେଇ ସିଧା ସିଂହଦ୍ୱାର ବାଟରେ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ ।

author

Related Articles

Leave a Reply

Your email address will not be published. Required fields are marked *