ନୂଆବର୍ଷରେ ୮୦୦ କୋଟି ପାର୍ କରିବ ପୃଥିବୀର ଜନସଂଖ୍ୟା

ନୂଆବର୍ଷରେ ୮୦୦ କୋଟି ପାର୍ କରିବ ପୃଥିବୀର ଜନସଂଖ୍ୟା

ନୂଆବର୍ଷରେ ସାରା ପୃଥିବୀର ଲୋକସଂଖ୍ୟା ୮୦୦ ଶହ କୋଟି ପାର୍ କରିବ। ଏପରି କିଛି ଆକଳନ କରିଛି ଆମେରିକାର ଜନସଂଖ୍ୟା ବ୍ୟୁରୋ। ଏହି ସଂସ୍ଥାର ରିପୋର୍ଟ ଅନୁସାରେ ଆସନ୍ତାକାଲି ସାରା ବିଶ୍ୱର ଜନସଂଖ୍ୟା ୮ ଶହ ୧ କୋଟି ୯୮ ଲକ୍ଷ ୭୬ ହଜାର ୧୮୯ରେ ପହଞ୍ଚିବ। ଯାହାକି ପୃଥିବୀର ଜନସଂଖ୍ୟା ଅନୁଯାୟୀ ଗତ ବର୍ଷର ଜନସଂଖ୍ୟା ଅପେକ୍ଷା ସାଢ଼େ ୭ କୋଟି ଅଧିକ। ଅର୍ଥାତ ବର୍ଷେ ଭିତରେ ବିଶ୍ୱର ଜନସଂଖ୍ୟା ସାଢ଼େ ୭ କୋଟି ବଢିଛି। ୨୦୨୩ ଜାନୁୟାରୀ ପହିଲାରେ ବିଶ୍ୱର ଜନସଂଖ୍ୟା ଯେତେ ଥିଲା, ସେଥିରେ ପ୍ରାୟ ୧ ପ୍ରତିଶତ ବୃଦ୍ଧି ପାଇଥିବା କୁହାଯାଇଛି। ତେବେ ବିଶ୍ୱର ଜନସଂଖ୍ୟା ବୃଦ୍ଧିର ହାର ହ୍ରାସ ପାଇଛି। ପ୍ରତି ସେକେଣ୍ଡରେ ଜନ୍ମହାର ୪.୨ ଥିବା ବେଳେ ମୃତ୍ୟୁ ହାର ୨ ରହିଛି। ରିପୋର୍ଟ ଅନୁସାରେ ୨୦୨୪ ଜାନୁୟାରୀ ପହିଲାରେ ବିଶ୍ୱର ଜନସଂଖ୍ୟା ୮୦୦ କୋଟି ପାର୍ କରିଥିବା ବେଳେ ଆସନ୍ତା ୧୪ ବର୍ଷରେ ଏହା ୯୦୦ କୋଟି ଅତିକ୍ରମ କରିବ। ହଜାରେ କୋଟି ହେବାକୁ ପୁଣି ୧୪ ବର୍ଷ ଲାଗିବ ବୋଲି ରିପୋର୍ଟରେ କୁହାଯାଇଛି।

author

Related Articles

Leave a Reply

Your email address will not be published. Required fields are marked *