ନୂଆବର୍ଷ ଅବସରରେ ଦେଶକୁ ଇସ୍ରୋର ବଡ ଉପହାର

ନୂଆବର୍ଷ ଅବସରରେ ଦେଶକୁ ଇସ୍ରୋର ବଡ ଉପହାର

ଆଜି ୨୦୨୪ ର ପ୍ରଥମ ଦିନ । ଏହି ଅବସରରେ ଦେଶକୁ ଏକ ବଡ ଉପହାର ଦେଇଛି ଇସ୍ରୋ । ନୂତନବର୍ଷ  ଆରମ୍ଭରୁ ହିଁ ଇସ୍ରୋ ଆରମ୍ଭ କରିଦେଇଛି ଏବର୍ଷର ପ୍ରଥମ ମିଶନ । ଆଜି ସକାଳ ୯ ‘ଟା ୧୦ ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ସ୍ପେସ ସେଣ୍ଟରରୁ କରାଯାଇଛି ଭାରତର ପ୍ରଥମ ପୋଲାରିମୋଟ୍ରି ମିଶନ୍ ଏକ୍ସପୋସାଟ୍ । ଏହି ସାଟେଲାଇଟ୍ ପୃଥିବୀ ଚାରିପଟେ ବୁଲି ବୁଲି ବିଶ୍ୱ ବ୍ରହ୍ମାଣ୍ଡର ରହସ୍ୟ ଭେଦିବାକ ଚେଷ୍ଟା କରିବ ।ି ଏହି ଏକ୍ସପୋସାଟ ସାଟେଲାଇଟ୍ ବ୍ଲାକହୋଲ, ନ୍ୟୁଟ୍ରନ ଷ୍ଟାର, ଆଦି ବ୍ରହ୍ମାଣ୍ଡର ୫୦ଟି ଉଜ୍ଜ୍ୱଳ ଉତ୍ସର ଅଧ୍ୟୟନ କରିବ । ଆକାଶଗଙ୍ଗା, ରେଡିଏସନ, ପଲସର ସମେତ ବ୍ଲାକହୋଲ୍ସ ର ଷ୍ଟଡି କରିବ ଏହି ସାଟେଲାଇଟ୍ । ଏହାସହ ଏହି ସବୁ ଉତ୍ସ ଗୁଡିକର ଫଟୋ ମଧ୍ୟ ଉଠାଇବ ଏହି ସାଟେଲାଇଟ । ଏହି ମିଶନ ପାଇଁ ୨୦୧୭ ମସିହାରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଆଜି ଏକ୍ସପୋସାଟ୍‌ର ଉତ୍‌କ୍ଷେପଣ ପୂର୍ବରୁ ତିରୁପତି ସ୍ଥିତ ଶ୍ରୀ ଚେଙ୍ଗଲ୍ଲାମ୍ମା ପରମେଶ୍ୱରୀ ଅମ୍ମା ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ।

author

Related Articles

Leave a Reply

Your email address will not be published. Required fields are marked *