ଚରମ ସୀମାରେ ବିଜେପି ନେତାଙ୍କ ଗୁଣ୍ଡାଗର୍ଦ୍ଧି
ଅଫିସ କରିବେ ମୋହନ ଭାଙ୍ଗୁଛନ୍ତି ଲୋକଙ୍କ ଘର
ଧମକ ଦେଇ ଘରଉପରେ ଚଢାଇଲେ ବୁଲଡୋଜର
ଘରେ ଶୋଇଥିଲେ ମାଆ-ପୁଅ ବିନା ନୋଟିସରେ ଭାଙ୍ଗିଲେ ଘର
କୁଆଡେ ବିଜେପି ପାର୍ଟି ଅଫିସ ହେବ ବୋଲି ଲୋକଙ୍କ ଘର ଜୋରଜବରଦସ୍ତ ଭାଙ୍ଗୁଛି ବିଜେପି ସରକାର । ବିନା ନୋଟିସରେ ଘରକୁ ପଶି ଘର ଉପରେ ଜେସିବି ଚଢାଇ ଘର ଭାଙ୍ଗିଦେଇଛନ୍ତି । ରାତିରେ ମାଆ ପୁଅ ଶୋଇଥିବା ଅବସ୍ଥାରେ ହଠାତ୍ ଏପରି କିଛି ଘଟଣା ଘଟିଥିବା ଅଭିଯୋଗ କରିଛନ୍ତି ଏହି ଯୁବକ ଜଣଙ୍କ । ତାଙ୍କ କହିବା ଅନୁଯାୟୀ ତାଙ୍କ ବାପା ଜେଜେ ବାପାଙ୍କ ଅମଳରୁ ଦୀର୍ଷ 100 ବର୍ଷ ହୋଇଯିବ ସେ ସେଠାରେ ରହିଆସୁଛନ୍ତି କିନ୍ତୁ ବର୍ତ୍ତମାନ ବିଜେପି ସରକାର ନିଜର ପାର୍ଟି ଅଫିସ କରିବେ ବୋଲି ତାଙ୍କ ଘର ଭାଙ୍ଗିଦେଲେ ।
ତେବେ ସମ୍ପୂର୍ଣ୍ଣ ପ୍ରତିକ୍ରିୟାଟି ଶୁଣିବା ପରେ ଯାହା ସ୍ପଷ୍ଟ ଜଣାପଡୁଛି ବିଜେପି ସରକାରରେ ବଢିବାରେ ଲାଗିଛି ଗୁଣ୍ଡାଗର୍ଦ୍ଦି । ପୂର୍ବତନ ବିଜେପି କର୍ପୋରେଟରଙ୍କ ଏପରି ଗୁଣ୍ଡାଗର୍ଦ୍ଧି ପାଇଁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି । ଗରିବ ଖଟିଖିଆଙ୍କ ପେଟକୁ ଲାତ ମାରି ସରକାର ନିଜର ଏକ ବର୍ଷର ସଫଳତାକୁ ନେଇ ଉତ୍ସବ ପାଳୁଛନ୍ତି । ବିକାଶ ମେଳା କରି ନିଜର ରିପୋର୍ଟ କାର୍ଡ ବାଣ୍ଟୁଛନ୍ତି ବିଜେପି ବିଧାୟକଙ୍କ ଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ କିନ୍ତୁ ଏପଟେ ସାଧାରଣ ଜନତାଙ୍କ ପ୍ରତି ଲୋକଙ୍କ ଅତ୍ୟାଚାର ବଢିବାରେ ଲାଗିଛି । ରାଜରାସ୍ତାରେ ବିଜେପି ସରକାରକୁ ସାଧାରଣ ଜନତା ବିରୋଧ କରୁଥିବାର ଚିତ୍ର ମଧ୍ୟ ବରାମ୍ୱାର ସାମ୍ନାକୁ ଆସୁଛି ଏତେ ବିଫଳତା ମଧ୍ୟରେ ସରକାର ନିଜର ଏକ ବର୍ଷ ପୂର୍ତ୍ତି ଉତ୍ସବ ପାଳିବାକୁ ଭୁଲି ନାହାନ୍ତି । ତେବେ ଦେଖିବାକୁ ବାକି ରହିଲା ଏତେ ଅବ୍ୟବସ୍ଥା ମଧ୍ୟରେ ଆଗାମୀ ଚାରି ବର୍ଷ ବିଜେପି ସରକାର କିପରି ଚାଲୁଛି ।