ନୂଆ ରାଜ୍ୟପାଳଙ୍କୁ ନେଇ ତେଜୁଛି ରାଜନୀତି

ନୂଆ ରାଜ୍ୟପାଳଙ୍କୁ ନେଇ ତେଜୁଛି ରାଜନୀତି

ଆପଣମାନେ ଜାଣିଥିବେ ଯେ ବର୍ତ୍ତମାନ ଓଡିଶାର ରାଜ୍ୟପାଳ ଭାବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଶାସନଭାର ପ୍ରଦାନ କରାଯାଇଛି । ହଁ ଦର୍ଶକବନ୍ଧୁ ଆମେ କହୁଛୁ ରଘୁବାର ଦାସଙ୍କ କଥା । ବର୍ତ୍ତମାନ ରଘୁବର ବିଜେପିର ରାଷ୍ଟ୍ରୀୟ ଉପସଭାପତି ଅଛନ୍ତି । 1995ରୁ ରାଜନୀତିରେ ସକ୍ରିୟ ଅଛନ୍ତି ରଘୁବର । ସେ ବହୁତଥର ସାଂସଦ ଓ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି । ପୂର୍ବତନ ରାଜ୍ୟପାଳ ଗଣେଷିଲାଲଙ୍କର କାର୍ଯ୍ୟକାଳ ସରିଯାଇଥିଲେ ମଧ୍ୟ ରାଷ୍ଟ୍ରପତି ଭବନରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲା । ତେବେ ଏନେଇ ରାଷ୍ଚ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ରଘୁବରଙ୍କୁ ଓଡିଶାର ରାଜ୍ୟପାଳ ଦାୟିତ୍ୱ ଦିଆଯାଇଛି । ତେବେ ଗଣେଷିଲାଲଙ୍କ ସ୍ଥାନରେ ରଘୁବର କିପରି ଦାୟିତ୍ୱ ତୁଲାଇବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଝାଡଖଣ୍ଡରେ ରଘୁବରଙ୍କର ଯେଉଁ ଦବଦବା ଥିଲା 2019 ପରେ ତାର ଚିତ୍ର ବଦଳିଯାଇଥିଲା । ବିଧାନସଭା ନିର୍ବାଚନରେ ହାରିବା ପରେ ବିଜେପି କେନ୍ଦ୍ରୀୟ ନେତୃତ୍ୱ ତାଙ୍କଠାରୁ ମୁହଁ ଫେରାଇନେଇଥିଲେ । ଝାଡଖଣ୍ଡ ରାଜନୀତିରୁ ତାଙ୍କୁ ଦୂରେଇ ରଖିବା ପାଇଁ ତାଙ୍କୁ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ୱ ଦିଆଯାଇଛି । ଝାଡଖଣ୍ଡ ରାଜନୀତିରେ କିପରି ସେ ହସ୍ତକ୍ଷେପ ନକରିବେ ସେଥିପାଇଁ ଏହା ତାଙ୍କ ଦଳର ଚାଲ ଅଟେ । ରାଜନୀତି ସମୀକ୍ଷକ ମାନଙ୍କ କହିବା ଅନୁଯାୟୀ ଆଗାମୀ ବିଧାନସଭା ନିର୍ବାଚନ ପରେ ଓଡିଶାର ରାଜନୈତିକ ସ୍ଥିତିରୁ ଗଣେଷିଲାଲଙ୍କ ଅପେକ୍ଷା ରଘୁବର ଅଧିକ ଫାଇଦା ଦେଇ ପାରନ୍ତି । ନିର୍ବାଚନ ଆସିଲେ ରାଜନୈତିକ ଦଳମାନେ ତାଙ୍କର ରଣନୀତି ଚଳାଇଥାନ୍ତି ଏହା କୌଣସି ନୂଆ କଥା ନୁହେଁ । ତେବେ ଦେଖୁବାକୁ ବାକି ରଘୁବରଙ୍କୁ ନେଇ ଓଡିଶା ଏବଂ ଝାଡଖଣ୍ଡ ରାଜନୀତିରେ କେଉଁ ମୋଡ ଆସୁଛି ।

author

Related Articles

Leave a Reply

Your email address will not be published. Required fields are marked *