ନୂତନ ସଂସଦ ଭବନର ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି

ନୂତନ ସଂସଦ ଭବନର ପତାକା ଉତ୍ତୋଳନ କଲେ ଉପରାଷ୍ଟ୍ରପତି

ଆଜି ନୂଆ ସଂସଦ ଭବନରେ ପ୍ରଥମ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ସଂସଦ ଭବନର ଗଜ ଦ୍ୱାରରେ ପତାକା ଉତ୍ତୋଳନ କରାଯାଇଥିଲା । ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖର ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ନୂଆ ସଂସଦ ଭବନର ପତାକା ଉତ୍ତୋଳନ କରିଥିଲେ । ଏବଂ ଜାତୀୟ ସଙ୍ଗୀତ  ଗାନ କରାଯାଇଥିଲା । ଏହାପରେ ଦୁହେଁ ଜାତୀୟ ପତାକାକୁ ଅଭିବାଦନ ଜଣାଇଥିଲେ। ସୋମବାର ସଂସଦର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଡକାଯାଇଛି। ପତାକା ଉତ୍ତୋଳନ ସମୟରେ ସମସ୍ତ କେନ୍ଦ୍ରମନ୍ତ୍ରୀ,ଲୋକସଭାରେ ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଉପସ୍ଥିତ ଥିଲେ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଦଳର କାର୍ୟ୍ୟକାରିଣୀ ବୈଠକରେ ଯୋଗ ଦେବା ପାଇଁ ହାଇଦ୍ରାବାଦରେ ଥିବାରୁ ଆସିପାରିନଥିଲେ ।

author

Related Articles

Leave a Reply

Your email address will not be published. Required fields are marked *