ନେତାଜୀ ବସ୍ ଟର୍ମିନାଲ ଲୋକାର୍ପିତ

ନେତାଜୀ ବସ୍ ଟର୍ମିନାଲ ଲୋକାର୍ପିତ


କଟକରେ ଆଜି ଲୋକାର୍ପିତ ହୋଇଛି ନେତାଜୀ ବସ୍ ଟର୍ମିନାଲ । ଏହି ଟର୍ମିନାଲକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଟର୍ମିନାଲ ଦ୍ୱାରା କଟକ ସହରକୁ ଆସୁଥିବା ସମସ୍ତ ବସ ଗୁଡିକ ରହିବା ସହ ସୁରକ୍ଷା ମଧ୍ୟ ହୋଇପାରିବ । କଟକର ଖାନନଗର ଠାରେ ଏହି ବସ୍ ଟର୍ମିନାଲର ନିର୍ମାଣ କରାଯାଇଛି । ୧୪.୯୫ ଜାଗାରେ ଏହି ବସ୍ ଟର୍ମିନାଲକୁ ଲୋକାର୍ପଣ କରାଯାଇଛି । ଏହି ଟର୍ମିନାଲ ନିର୍ମାଣ ପାଇଁ ୯୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ବସ୍ ଟର୍ମିନାଲରେ ୧୯୦ଟି ବସ ରହିବା ସହ ଯାତ୍ରୀ ମାନଙ୍କ ପାଇଁ ରହଣୀ ଗୃହ ଆଦିର ନିର୍ମାଣ କରାଯାଇଛି । ଏହା ସହ ସୌଚାଳୟ, ରହଣୀ ଗୃହ, ପାକିଂ ଆଦିର ମଧ୍ୟ ବ୍ୟବସ୍ଥା ରହିଛି ।

author

Related Articles

Leave a Reply

Your email address will not be published. Required fields are marked *