ନେପାଳ ବିମାନ ଦୁର୍ଘଟଣାରେ ମାନବୀୟ ତ୍ରୁଟି

ପାଇଲଟଙ୍କ ଭୁଲ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ୟାତି ଏୟାରଲାଇନ୍ସ । ଦୁର୍ଘଟଣାରେ ୫ ଜଣ ଭାରତୀୟଙ୍କ ସମେତ ୭୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଜାନୁୟାରୀ ୧୫ରେ ୟେତି ଏୟାରଲାଇନ୍ସର ବିମାନ ଏଟିଆର-୭୨ ନେପାଳର ପୋଖରାଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣାରେ ୫ ଜଣ ଭାରତୀୟଙ୍କ ସମେତ ୭୧ ଜଣଙ୍କର ମୃତ୍ୟୁ ଘଟିଥିଲା। ବିମାନରେ ୪ କ୍ରୁ ସଦସ୍ୟଙ୍କ ସମେତ ୭୨ ଜଣ ଲୋକ ଥିଲେ। ଉଦ୍ଧାରକାରୀମାନେ ୭୧ ମୃତଦେହ ଉଦ୍ଧାର କରିଥିବାବେଳେ ନିଖୋଜ ଥିବା ଅନ୍ୟ ଯାତ୍ରୀମାନଙ୍କୁ ମୃତ ବୋଲି ଅନୁମାନ କରାଯାଉଛି। ଏଟିଆର-୭୨ ସକାଳ ୧୦.୩୩ରେ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିମାନ ଉଡ଼ାଣ କରିଥିଲା। ପୋଖରା ବିମାନବନ୍ଦରରେ ଅବତରଣ କରିବା ସମୟରେ ବିମାନଟି ପୁରୁଣା ଏବଂ ନୂତନ ବିମାନବନ୍ଦର ମଧ୍ୟରେ ନଦୀକୂଳରେ ଖସି ପଡ଼ିଥିଲା।

author

Related Articles

Leave a Reply

Your email address will not be published. Required fields are marked *