ନୋ ଡାଏଟ ଡେ’

ନୋ ଡାଏଟ ଡେ’

ଭୁବନେଶ୍ୱର:

ପ୍ରତିବର୍ଷ ମେ’ ମାସ ୬ ତାରିଖରେ ବିଶ୍ୱସ୍ତରରେ ନୋ ଡାଏଟ ଦିବସ ପାଳନ କରାଯାଉଛି | ଏହି ଦିବସ ପାଳନର ମୁଖ୍ୟ ଲକ୍ଷ ହେଉଛି କଡଵା ନିୟନ୍ତ୍ରଣକୁ ଗୋଟିଏ ଦିନ ପାଇଁ ଭୁଲିଯାଇ ପୋଷାକତ୍ତ୍ୱଯୁକ୍ତ ଖାଦ୍ୟ ଗ୍ରହଣ କରିବା | ଏବେ ଅନିୟମିତ ଜୀବନଶୈଳୀ ଓ ଅସ୍ୱାସ୍ଥ୍ୟକର ଖାଦ୍ୟପେୟ ପାଇଁ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି ହେଉଛି | ତେଣୁ ଲୋକମାନେ ସୁସ୍ତ ସବଳ ରହିବା ପାଇଁ ବ୍ୟାୟାମ ସହିତ ଉତ୍ତମ ଖାଦ୍ୟ ଉପରେ ଗୁରୁତ୍ୱ ଦେଉଛନ୍ତି | ଖାଦ୍ୟ ନିୟନ୍ତ୍ରଣ ବା ଡାଏଟିଂ କରିବା ଉପରେ ଯୁବପିଢ଼ି ଅଧିକ ଧ୍ୟାନ ଦେଉଛନ୍ତି | ଏମିତି କିଛି ଡାଏଟିଂ ପ୍ରଣାଳୀ ଅଛି, ଯାହାଦ୍ୱାରା ରକ୍ତଚାପ, ହୃତପିଣ୍ଡଜନିତ ରୋଗ, ଟାଇପି୨ ମଧୁମେହ ଇତ୍ୟାଦି ସହିତ ଆହୁରି ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି | ତେଣୁ ଅଧିକ ପରିମାଣରେ ଖାଦ୍ୟ ନିୟନ୍ତ୍ରଣ ବା ଡାଏଟିଂ ନ କରିବାକୁ ଏବେ ପରାମର୍ଶ ଦିଆଯାଉଛି | ତେଣୁ ଡାଏଟିଂ ନ କରି ନିଜ ମନ ପସନ୍ଦର ପୋଷାକତ୍ତ୍ୱଯୁକ୍ତ ଖାଦ୍ୟ ଖାଇବାକୁ ନୋ ଡାଏଟିଂ ଡେ’ ଭାବେ ପାଳନ କରାଯାଉଛି |

ପ୍ରଥମେ ୧୯୯୨ ମସିହାରେ ଜଣେ ବ୍ରିଟିଶ ମହିଳା ମେରୀ ଇଭାନ୍ସ ୟଙ୍ଗଙ୍କ ଦ୍ୱାରା ଏହି ଦିବସରେ ପ୍ରାରମ୍ଭ ହୋଉଥିଲା | ସେ ପ୍ରଥମଥର ପାଇଁ ଲୋକଙ୍କୁ ବୁଝାଇଥିଲେ ଯେ, ଅଧିକ ଡାଏଟିଂ କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପଡିଥାଏ | ମେ’ ମାସ ୬ ତାରିଖରେ ମେରୀ ତାଙ୍କର ପରିବାର ଓ କେତେଜଣ ସାଙ୍ଗସାଥିଙ୍କ ସହିତ ଏକ ଭୋଜିର ଆୟୋଜନ କରିଥିଲେ | ଉତ୍ତମ ଖାଦ୍ୟ ଖାଇଲେ, ଶରୀର ସୁସ୍ଥ ରହିବାର ବାର୍ତ୍ତା ନେଇ ଏହି ଭୋଜିର ଆୟୋଜନ ହୋଇଥିଲା | ସେ ନୋ ଡାଏଟ ବ୍ରେକର ନାମକ ଏକ ସଂସ୍ଥା ପ୍ରତିଷ୍ଠା କରିଥିଲେ | ତେଣୁ ଉକ୍ତ ଦିନକୁ ସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ମରଣୀୟ କରିବା ପାଇଁ ଅନ୍ତରାଷ୍ଟ୍ରୀୟ ନୋ ଡାଏଟ ଦିବସ ପାଳନ କରାଯାଉଛି | ମେରୀ ନିଜେ ଆନୋରେକ୍ସିଆ ନାମକ ଖାଦ୍ୟ ବିକାରରେ ପୀଡିତ ଥିଲେ | ଏହା ହେଉଛି ଏଭଳି ଏକ ରୋଗ, ଯେଉଁଥିରେ ବ୍ୟକ୍ତି ଅନେକ ସମୟ ଅଧିକ ଖାଦ୍ୟ ଖାଇଥାଏ ଏବଂ କେତେବେଳେ ନିଜ ଶରୀରର ଯୋଜନାକୁ ନିୟନ୍ତ୍ରଣ କରିବା ପାଇଁ ଆଦୌ ଖାଇ ନଥାନ୍ତି |

author

Related Articles

Leave a Reply

Your email address will not be published. Required fields are marked *