ନ୍ୟାୟ ଯାତ୍ରାରେ ବାହାରିଛନ୍ତି ରାହୁଲ ଗାନ୍ଧୀ

ନ୍ୟାୟ ଯାତ୍ରାରେ ବାହାରିଛନ୍ତି ରାହୁଲ ଗାନ୍ଧୀ

ଦ୍ୱିତୀୟ ଦିନରେ କଂଗ୍ରେସର ଭାରତ ଯୋଡ ନ୍ୟାୟ ଯାତ୍ରା । ରାହୁଲ ଗାନ୍ଧିଙ୍କ ନେତୃତ୍ୱରେ ରବିବାର ମଣିପୁରରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଆଜି ମଧ୍ୟ ଦଳୀୟ ନେତାଙ୍କ ସହ ମଣିପୁର ଓ ନାଗାଲାଣ୍ଡର ବିଭିନ୍ନ ଅଂଚଳରେ ପଦଯାତ୍ରା କରିବେ ରାହୁଲ ଗାନ୍ଧୀ । କଂଗ୍ରେସର ପ୍ରାୟ ୭୦ଜଣ ବରିଷ୍ଠ ଏହି ନ୍ୟାୟ ଯାତ୍ରାରେ ସାମିଲ ହୋଇଛନ୍ତି । ଭାରତୀୟ ନାଗରିକଙ୍କୁ ସାମାଜିକ ଓ ରାଜନୈତିକ ନ୍ୟାୟ ଦେବା ପାଇଁ ଏହି ଯାତ୍ରା କରାଯାଉଛି । ମଣିପୁରରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୬.୭୧୩ କିଲୋମିଟର ଅତିକ୍ରମ କରି ୨୦ ମାର୍ଚ୍ଚରେ ମୁମ୍ବାଇରେ ସରିବ । ଏହି ସମୟରେ ରାହୁଲ ଗାନ୍ଧି ବରିଷ୍ଠ ନେତାଙ୍କ ସହ ପଦଯାତ୍ରା କରିବା ସହ ବସରେ ମଧ୍ୟ ଯାତ୍ରା କରିବେ । ‘ଭାରତ ଯୋଡ ନ୍ୟାୟ ଯାତ୍ରା’ ଦେଶର ୧୫ ରାଜ୍ୟ ଦେଇ ଅତିକ୍ରମ କରିବ ।

author

Related Articles

Leave a Reply

Your email address will not be published. Required fields are marked *