ପକ୍ଷୀ ଡେଣାରେ ବିଷ

ପକ୍ଷୀ ଡେଣାରେ ବିଷ

ଭୁବନେଶ୍ୱର:

ସାଧାରଣତଃ ରଙ୍ଗବେରଙ୍ଗ ପକ୍ଷୀ ଦେଖିବାକୁ ଖୁବ ସୁନ୍ଦର ଲାଗନ୍ତି | ତେବେ କିଛି ପକ୍ଷୀ ଏଭଳି ଅଛନ୍ତି, ଯେଉଁମାନଙ୍କ ସଂସ୍ପର୍ଶରେ ଆସିଲେ ଲୋକଙ୍କ ଜୀବନ ଚାଲିଯିବା ସୁନିଶ୍ଚିତ | ଡେନମାର୍କର ଗବେଷକ ଦୁଇଟି ପ୍ରଜାତିର ପକ୍ଷୀଙ୍କ ଉପରେ ଗବେଷଣା କରି ଏହି କଥା ଜାଣିବାକୁ ପାଇଛନ୍ତି | ଏହି ଦୁଇଟି ପ୍ରଜାତି ପକ୍ଷୀ ହେଉଛନ୍ତି ରିଜେଣ୍ଟ ହ୍ୱିସଲର ଏବଂ ରୁଫୋସ ନେପଡବେଲବାର୍ଡ | ଏହି ଦୁଇ ପ୍ରଜାତିର ପକ୍ଷୀ ନ୍ୟୁଗିନିର ଜଙ୍ଗଲରେ ଦେଖାଯାନ୍ତି | ସେମାନେ ଦିନରେ ନ୍ୟୁରୋଟକସିନ ଲୁଚାଇଥାନ୍ତି | ଏହା ହେଉଛି ଏପ୍ରକାର ବିଷ,ଯାହାର ସଂସ୍ପର୍ଶରେ ଆସିଲେ ୩୦ ସେକେଣ୍ଡରେ ମଣିଷର ମୃତ୍ୟୁ ହୋଇଥାଏ | ତେବେ ଏହି ପକ୍ଷୀଙ୍କ ବିଶେଷତ୍ୱ ହେଉଛି | ଏମାନେ ଯେଉଁ ଖାଦ୍ୟ ଖାଆନ୍ତି, ତାହାକୁ ସେମାନେ ବିଶ୍ୱରେ ରୂପାନ୍ତରିତ କରିଥାନ୍ତି | ଅବଶ୍ୟ ଏହି କ୍ଷମତା ସେମାନେ ନିଜେ ନିଜେ ବିକଶିତ କରିଛନ୍ତି | ଅନ୍ୟ ଏକ ରୋଚକିୟ କଥା ହେଉଛି, ସେମାନେ ଏହି ବିଷକୁ ନିଜ ଦିନରେ ସଂରକ୍ଷିତ କରି ରଖିଥାନ୍ତି | ଅନ୍ୟପଟେ ଦକ୍ଷିଣ ଓ ମଧ୍ୟ ଆମେରିକାରେ ଦେଖାଯାଉଥିବା ଡଟ ଫ୍ରଗରେ ଯେଉଁ ବିଷ ଥାଏ, ସେହି ବିଷ ଏହି ପକ୍ଷୀ ପ୍ରଜାତି ଯାହାର ସହ ସମାନ | ଏହି ବିଷ ମାଂସପେଶୀ ସଙ୍କୁଚିତ ହୋଇଯାଏ ଏବଂ ହୃଦଘାତ ହେବ ଆଶଙ୍କା ଥାଏ | ତେବେ ଏହି ପକ୍ଷୀ ହିଂସ୍ର ହୋଇ ଲୋକଙ୍କୁ ଆକ୍ରମଣ କଲେ ହିଁ ବିଷ ଶରୀରକୁ ଯାଇ ଲୋକଙ୍କ ମୃତ୍ୟୁ ଘଟେ | ସେହିପରି ସେମାନଙ୍କଠାରେ ଏହି ବିଷକୁ ନିୟନ୍ତ୍ରଣ କରିବାର କ୍ଷମତା ବି ଅଛି | ତେବେ ବିଷକୁ ସେମାନେ କିଭଳି ନିଅନ୍ତ୍ରଣ କରନ୍ତି ସେନେଇ ଗବେଷକମାନେ ଜାଣିବାକୁ ଚେଷ୍ଟା କରୁଛନ୍ତି |

author

Related Articles

Leave a Reply

Your email address will not be published. Required fields are marked *