ପଛରେ ପଡିଲେ ମୋହନ ମମତାଙ୍କୁ ନବୀନଙ୍କ ଚିଠି

ପଛରେ ପଡିଲେ ମୋହନ ମମତାଙ୍କୁ ନବୀନଙ୍କ ଚିଠି

ମୁଖ୍ୟମନ୍ତ୍ରୀରୁ ପୂର୍ତବନ ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ରାଜନୀତିରେ ବେଶ ସକ୍ରିୟ ସାଙ୍ଗକୁ ମୋହନ ସରକାରଙ୍କୁ ଦେଉଛନ୍ତି କଡା ଜବାବ । ହଁ ଆଜ୍ଞା ବିଧାନସଭାରେ ସାଢେ ଚାରି କୋଟି ଓଡିଆଙ୍କ ସ୍ୱର ସାଜି ବିରୋଧି ଦଳ ନେତା ଭୂମିକାରେ ରହିଥିବା ନବୀନ ବାବୁ ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କୁ ଦେଇଛନ୍ତି କଡା ଚ୍ୟାଲେଞ୍ଜ । ରାଜ୍ୟରେ ଏବେ ଦରବୃଦ୍ଧି ଲୋକଙ୍କ ପାଇଁ ଚିନ୍ତାର କାରଣ ସାଜିଥିବା ବେଳେ ନିତ୍ୟବ୍ୟବହାଯ୍ୟ ପରିବା ଆଳୁ ଦର ମଧ୍ୟ ଆକାଶ ଛୁଆଁ । ଯେଉଁଥିପାଇଁ ସାଧାରଣ ବର୍ଗର ଲୋକଙ୍କ ଠାରୁ ଯେ ମଧ୍ୟବିତ୍ତ ପରିବାରର ଲୋକେ ସମସ୍ତଙ୍କୁ ହନ୍ତସନ୍ତ ହେବା ପାଇଁ ପଡୁଛି । ପଶ୍ଚିମବଙ୍ଗରୁ ଆଳୁ ଓଡିଶାକୁ ଆମଦାନୀ ହୋଇପାରୁନାହିଁ । ମମତା ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ପଶ୍ଚିମବଙ୍ଗ ଚେକପୋଷ୍ଟଠାରୁ ଆଳୁ ଟ୍ରକ ଓଡିଶା ଆସିବା ପରିବର୍ତ୍ତେ ପୁଣିଥରେ ପଶ୍ଚିମବଙ୍ଗ ଫେରିଯାଇଥିଲା । ଅନ୍ୟପଟେ ଆଳୁ ଦର କମିବା ବଦଳରେ ହୁହୁ ହୋଇ ବଢିବାରେ ଲାଗିଛି ରାଜ୍ୟ ସରକାର ମଧ୍ୟ ହରଡଘଣାରେ ପଡିଯାଇଛନ୍ତି । ଏହାସହ ଆଳୁର ଅଭାବ ହେତୁ କିଛି ଅସାଧୁ ବ୍ୟବସାୟୀ ଚଢା ଦରରେ ଆଳୁ ବିକ୍ରି କରୁଛନ୍ତି । ତେବେ ଓଡିଶାର ଏହି ବିପତ୍ତି ସମୟରେ ପୁଣି ଓଡିଶା ପାଇଁ ବାହାରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ପଶ୍ଚିମବଙ୍ଗର ମମତା ସରକାରଙ୍କୁ ଏକ ଚିଠି ଲେଖିଛନ୍ତି ନବୀନ ଏହି ଚିଠିରେ ସେ ଲେଖିଛନ୍ତି ଓଡିଶା ଲୋକଙ୍କ ପାଇଁ ଏକ ଅତ୍ୟାବଶ୍ୟକ ପରିବା ଏହାର ଅଭାବରୁ ଦର ବୃଦ୍ଧି ହେଉଛି । ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଦୃଢ ସମ୍ପର୍କ ରହିଛି ଏବଂ ଆମେ ସମସ୍ତେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭକ୍ତ । ତେଣୁ ଏହି ଘଟଣାରେ ମୁଁ ସମାଧାନ ଚାହୁଁଛି ବୋଲି ଉଲ୍ଲେଖ କରିଛନ୍ତି ବିରୋଧି ଦଳ ନେତା ନବୀନ ପଟ୍ଟନାୟକ । ତେବେ ଆଳୁ ସମସ୍ୟାକୁ ନେଇ ଖୋଦ ମୋହନ ସରକାର ଚୁପ ବସିଥିବା ବେଳେ ନବୀନଙ୍କ ଏହି ପଦକ୍ଷେପ ଜନମାନସରେ ନବୀନଙ୍କୁ ଆହୁରି ଚର୍ଚ୍ଚାକୁ ଟାଣିଛି ।

author

Related Articles

Leave a Reply

Your email address will not be published. Required fields are marked *