ବିଧାୟକରୁ ସାଂସଦ ହେବା ପରେ ନିଜ ଅଞ୍ଚଳବାସୀଙ୍କୁ ଭୁଲିଗଲେ କି ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ? ଚଳିତ ସାଧାରଣ ନିର୍ବାଚନରେ ବିଜେଡିର ଲେଖା ଛିଡାଇ ସାରିବା ପରେ ଏକ ନୂଆ ଲେଖା ଲେଖିବାକୁ ଯାଉଛନ୍ତି ବିଜେପି ନେତା ତଥା ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ । ହଁ ଆଜ୍ଞା ବିଜେଡିରୁ ତଡା ଖାଇବା ପରେ ଭାରତୀୟ ଜନତା ପାର୍ଟି ତାଙ୍କୁ କୋଳେଇ ନେଇଥିଲା । ବିଧାୟକରୁ ସିଧା ସାଂସଦ ଟିକେଟ ଦେଇ ପ୍ରଦୀପଙ୍କୁ ଦିଲ୍ଲୀ ପଠାଇଦେଲେ । ଦିଲ୍ଲୀ ଦରବାରରେ ଓଡିଶାର ସ୍ୱାର୍ଥକୁ ପହଞ୍ଚାଇବା ଲକ୍ଷ୍ୟ ରଖିଥିବା ବେଳେ ଏବେ ପ୍ରଦୀପଙ୍କୁ ନେଇ ଏମିତି ଚର୍ଚ୍ଚା ମୁଣ୍ଡ ଟେକିଛି । ନବୀନଙ୍କ ଲେଖା ଛିଡାଇସାରିବା ପରେ ଏବେ ଶାନ୍ତ ପଡିଯାଇଛନ୍ତି ବିଜେପିର ପାୱାରଫୁଲ ନେତା ତଥା ବ୍ରହ୍ମପୁର ରାଜନୀତିର ହେଭିୱେଟ ପ୍ରଦୀପ ପାଣିଗ୍ରାହୀ । ଦିଲ୍ଲୀ ଯିବା ପରେ ନିଜକୁ ଭୋଟ ଦେଇ ଜିତାଇଥିବା ସାଧାରଣ ଜନତାଙ୍କୁ ପ୍ରଦୀପ ପାଣିଗ୍ରାହୀ ଅବହେଳା କରୁଥିବା ନେଇ ନାନା ଚର୍ଚ୍ଚା ହେଲାଣି । କିନ୍ତୁ ନିଜ ନିର୍ବାଚନ ମଣ୍ଡଳୀରେ ପୁଣିଥରେ ସକ୍ରିୟ ନଜର ଆସିଛନ୍ତି ପାଣିଗ୍ରାହୀ ବାବୁ । ଗୋପାଳପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଆଙ୍କୁଲି ଠାରେ ଜନତାଙ୍କୁ ଭେଟିଛନ୍ତି । ସ୍ଥାନୀୟ ବିଧାୟକଙ୍କ ବିନା ପ୍ରଦୀପଙ୍କ ଏହି ନିର୍ବାଚନ ମଣ୍ଡଳୀ ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରାଇଛି । କିନ୍ତୁ ନବୀନଙ୍କ ଲେଖା ଏମିତି ଛିଡାଇଲେ ଯେ ପ୍ରଦୀପ ଗଞ୍ଜାମ ଜିଲ୍ଲାରେ ଭାଙ୍ଗିଗଲା ବିଜେଡିର ଗଡ । ସମସ୍ତ ବିଧାନସଭା ଆସନକୁ ଅକ୍ତିଆର କରୁଥିବା ବିଜେଡି ପ୍ରଦୀପଙ୍କ ମାଡରେ ମାଟି କାମୁଡି ପଡିଲା । ବ୍ରହ୍ମପୁର ଗଣିତରେ ପ୍ରଦୀପଙ୍କ ଅଙ୍କ ବେଶ କାମଦେଲା । ବିଜେପି ହାଇକମାଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ ଜିତିବା ସହିତ ଏବେ ରାଜ୍ୟ ମୁଖିଆ ମୋହନ ମାଝୀଙ୍କ ମନ ଜିତିବାକୁ ପ୍ରୟାସ ଜାରି ରଖିଛନ୍ତି । କାହିଁକିନା ଦଳକୁ ନୂଆ କରି ଆସିଥିଲେ ମଧ୍ୟ ବିଜେପିରେ ପ୍ରଦୀପଙ୍କ ଦବଦବା କିଛି ଅଧିକ ରହିଛି । କାହିଁକିନା ଗଞ୍ଜାମ ଗଡରେ ପଦ୍ମ ଫୁଲ ଫୁଟାଇବାରେ ପ୍ରଦୀପ ନେଇଥିଲେ ଏକ ବଡ ଭୂମିକା । ତେବେ ଅନ୍ୟ ସାଂସଦ ମାନଙ୍କ ତୁଳନାରେ ଧୀରେ ଧୀରେ ମୋହନଙ୍କ ନଜରରେ ପ୍ରଦୀପଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି ।
You can share this post!
author