ପଞ୍ଚୁକ ପାଇଁ ବଡଦାଣ୍ଡରେ ଉଠାଦୋକାନୀଙ୍କୁ ହଟାଇଲେ ଜିଲ୍ଲାପାଳ

ପଞ୍ଚୁକ ପାଇଁ ବଡଦାଣ୍ଡରେ ଉଠାଦୋକାନୀଙ୍କୁ ହଟାଇଲେ ଜିଲ୍ଲାପାଳ

ପବିତ୍ର କାର୍ତ୍ତିକ ମାସ ଚାଲିଥିବାରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଭିଡ଼ ହେଉଛି। ଶ୍ରୀମନ୍ଦିର ଏବଂ ବଡ଼ଦାଣ୍ଡରେ ଭକ୍ତ ଓ ହବିଷିଆଙ୍କ ଗହଳି ଅଧିକ ରହୁଛି। ଭକ୍ତମାନେ ଘଣ୍ଟ ଘଣ୍ଟା ଧରି ବ୍ୟାରିକେଡରେ ଠିଆହୋଇ ରହୁଛନ୍ତି। ଶ୍ରୀମନ୍ଦିର ଭିତରେ ଅତ୍ୟଧିକ ଗହଳି ଯୋଗୁ ଠେଲାପେଲା ପରିସ୍ଥିତି ଉପୁଜୁଛି। ବଡ଼ଦାଣ୍ଡରେ ଅସମ୍ଭାଳ ଭିଡ଼କୁ ନଜରରେ ରଖି ବଡ଼ଦାଣ୍ଡରେ ମାର୍କେଟ ଛକ ଯାଏ ଉଠା ଦୋକାନ ବନ୍ଦ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ପଞ୍ଚୁକରେ ଅଧିକ ଗହଳିକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନିଆଯାଇଛି। ଗହଳି ନିୟନ୍ତ୍ରଣ ପାଇଁ ୩ଟି ସିଫ୍ଟରେ ସ୍ବେଚ୍ଛାସେବୀ ରହିବେ ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।
ସିଂହଦ୍ୱାର ଠାରୁ ମାର୍କେଟ ଛକ ଯାଏଁ ଲାଗିଛି ଲମ୍ବା ଲାଇନ୍। ବ୍ୟାରିକେଡରେ ଘଣ୍ଟା ଘଣ୍ଟା ଧରି ଛିଡ଼ା ହୋଇଛନ୍ତି ଶତାଧିକ ଶ୍ରଦ୍ଧାଳୁ। ଗତକାଲି ବ୍ୟାରିକେଡ୍ରେ ପ୍ରବଳ ଗହଳି ଯୋଗୁଁ ଭକ୍ତ ଅସୁସ୍ଥ ହୋଇଥିବା ଖବର ସାମ୍ନାକୁ ଆସିଛି। ଅନେକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ ପାଉନଥିବାରୁ କାନ୍ଦି କାନ୍ଦି ଫେରୁଥିବାର ଦେଖିବାକୁ ମିଳିଥିଲା ।ଗହଳି ଭିତରେ ହବିଷ୍ୟାଳି ଓ ନାବାଳିକା ଅସୁସ୍ଥ ହୋଇଥିବା ବେଳେ ଉଭୟଙ୍କ ପ୍ରାଥମିକ ଚିକିତ୍ସା କରାଯାଇଛି। ଏପରି ଅଘଟଣ ପରେ ଶୃଂଖଳିତ ଦର୍ଶନ ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *