ପଡିଶା ରାଜ୍ୟରେ ମୁହାଁମୁହିଁ ଓଡିଶା ନେତା

ପଡିଶା ରାଜ୍ୟରେ ମୁହାଁମୁହିଁ ଓଡିଶା ନେତା

ଓଡିଶା ପରେ ଏବେ ପଡିଶା ରାଜ୍ୟରେ ବି ମୁହାଁମୁହିଁ ହୋଇଛନ୍ତି ଓଡିଶା ନେତା । ନିର୍ବାଚନ ପାଇଁ ପଡୋଶୀ ରାଜ୍ୟରେ ଡେରା ପକାଇଛନ୍ତି ଉଭୟ ବିଜେପି ଏବଂ କଂଗ୍ରେସର ଟପ୍ ବ୍ରାସ ନେତା । ହଁ ଆଜ୍ଞା, ପଡୋଶୀ ରାଜ୍ୟ ଝାଡଖଣ୍ଡରେ ଆସନ୍ତା ୧୩ ଏବଂ ୨୦ ତାରିଖରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ପଡିବାକୁ ଯାଉଛି । ଆଉ ଏଥିପାଇଁ ଓଡିଶାର ନେତୃବୃନ୍ଦଙ୍କୁ ପ୍ରଚାର ପ୍ରସାର କରିବା ପାଇଁ ସେଠାରେ ଲୋଡା ପଡିଛି । ଆଉ ନିଜ ଦଳ ପାଇଁ ପ୍ରଚାର କରିବାକୁ ଓଡିଶା ଛାଡି ଝାଡଖଣ୍ଡରେ ଡେରା ପକାଇଛନ୍ତି ଉଭୟ ରାଜ୍ୟ କଂଗ୍ରେସ ଏବଂ ବିଜେପି ନେତା । ତେବେ ଝାଡଖଣ୍ଡର ବିଭିନ୍ନ ସ୍ଥାନରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଷ୍ଟାର ପ୍ରଚାରକ ତଥା କେନ୍ଦ୍ରଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏପଟେ କଂଗ୍ରେସ ବି ଝାଡଖଣ୍ଡରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଡୋରଟୁ ଡୋର କ୍ୟାମ୍ପେନ କରିଥିବା ଦେଖିବାକୁ ମିଳିଛିା କଂଗ୍ରେସ ବିରୋଧୀ ଦଳ ନେତା ରାମ ଚନ୍ଦ୍ର କାଡାମ ମହମ୍ମଦ ମୋକିମ ଝାଡଖଣ୍ଡରେ କଂଗ୍ରେସ ପାଇଁ ପ୍ରଚାର ପ୍ରସାର କରିବାରେ ଲାଗି ପଡିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *