ପଡୋଶୀଙ୍କ ତୁୁମୁଳକାଣ୍ଡ, ଗୋଟିଏ ପରିବାରର ୩ ଜଣଙ୍କୁ ଆକ୍ରମଣ

ପଡୋଶୀଙ୍କ ତୁୁମୁଳକାଣ୍ଡ, ଗୋଟିଏ ପରିବାରର ୩ ଜଣଙ୍କୁ ଆକ୍ରମଣ

ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର-ରାଳବ ରାସ୍ତାର ତ୍ରିପାଠୀ ନଗରରେ ଗୋଟିଏ ପରିବାରର ୩ ସଦସ୍ୟଙ୍କୁ ପଡୋଶୀ ଘର ଲୋକେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ନେଇ ଅତିରିକ୍ତ ଏସପି କୁ ଭେଟି ନିଜର ଅଭିଯୋଗ କରିଛନ୍ତି । ସୂଚନା ଯୋଗ୍ୟ ଯେ ହଳଦିଆପଦର ଅଞ୍ଚଳର ସୁନିଲ ପାଣିଗ୍ରାହୀ ରବିବାର ରାତି ୯ଟାରେ ଦୋକାନରୁ ଘରକୁ ଫେରିଥିଲେ। ଘର ସମ୍ମୁଖରେ ଠିଆ ହୋଇଥିବା ବେଳେ ପଡୋଶୀ ଘରର ଦୁଇ ଭାଇ ସୁନିଲଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରିଥିଲେ। ଏହା ଦେଖୁ ସୁନିଲଙ୍କ ସ୍ତ୍ରୀ ଓ ପୁଅ ବିରୋଧ କରିବାରୁ ସେମାନଙ୍କୁ ମଧ୍ଯ ଉଭୟ ଅଭିଯୁକ୍ତ ଆକ୍ରମଣ କରିଥିଲେ। ଏପରିକି ସେମାନଙ୍କ ମାଆ ମଧ୍ଯ ଆକ୍ରମଣ କରିଥିଲେ । ତିନି ଆହତଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ସେମାନଙ୍କ ଚିକିତ୍ସା ହେବା ପରେ ଗୋଳନ୍ଥରା ଥାନାରେ ଏତଲା ଦେଇଥିଲେ । ଘଟଣା ଘଟିବାର 4 ଦିନ ବିତିଯାଇଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଏପରିକି ଆମକୁ ବାରମ୍ବାର ମଦ ପିଇ ଘର ସମୁଖରେ ନାହିଁ ନଥିବା ଭାଷାରେ ଗଲି ଗୁଲଜ କରୁଛନ୍ତି । ଏହାସହ ଆମର ଜୀବନ ପ୍ରତି ବିପଦ ରହିଛି ବୋଲି ଆଜି ଅତିରିକ୍ତ ଏସପି ଭେଟି ନିଜର ଅଭିଯୋଗ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *