ପଦଯାତ୍ରାରେ ବାହାରିଲେ ଦେବୀ ,ପ୍ରଦୀପ

ପଦଯାତ୍ରାରେ ବାହାରିଲେ ଦେବୀ ,ପ୍ରଦୀପ

ବୌଦ୍ଧ ବିଜୁ ଜନତାଦଳ ପକ୍ଷରୁ ହରଭଙ୍ଗା ବ୍ଲକ ଅନ୍ତର୍ଗତ ତିଳେଶ୍ୱର ଠାରୁ ଚାରିଛକ ପର୍ଯ୍ୟନ୍ତ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସକାଳ ଦଶଘଟିକା ସମୟରେ ତିଳେଶ୍ୱର ବଜାର ଠାରୁ ଏହି ପଦଯାତ୍ରାକୁ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ | ପରେ ତିଳେଶ୍ୱର ପୁରୁଣା କଟକ ବଜାର ଅତିକ୍ରମ କରି ଚାରିଛକ ଠାରେ ପହଁଚି ବିଜୁ ପଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପ୍ରଦାନ କରାଯାଇଥିଲା | ଏହା ପରେ ବ୍ଲକକାର୍ଯ୍ୟାଳୟ ଆଗରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ବିଜୁ ଜନତାଦଳ ର ସମନ୍ୱୟ କମିଟିର ଅଧକ୍ଷ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦେବୀ ପ୍ରସାଦ ମିଶ୍ର ଉଦବୋଧନ ଦେଈ ଡବଲ ଇଞ୍ଜିନ ସରକାର ଡବଲ ବିକାଶ ନାମରେ କିଭଳି ସାଧାରଣ ଲୋକଙ୍କୁ ପ୍ରତାରିତ କରିଛି ସେହି ବିଷୟରେ କହିଥିଲେ l

ଏ ଯାବତ ଛାତ୍ର ଛାତ୍ରୀଙ୍କୁ ପୋଷାକ ପ୍ରଦାନ , ତିନିଶହ ୟୁନିଟ ବିଜୁଳି ,ତିନି ହଜାର ଭତ୍ତା ଆଦି ଜୁମଲାରେ ପରିଣିତ ହୋଇଛି ସେ ସମ୍ପର୍କରେ ଅବଗତ କରାଇ ଏହା ବିରୁଦ୍ଧରେ ଆଜିଠାରୁ ବୌଦ୍ଧରେ ଲଢେଇ ଆରମ୍ଭ ହେଲା ବୋଲି ଘୋଷଣା କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧକ୍ଷା ପ୍ରଭାସିନୀ ଦାସ , ପୂର୍ବତନ ବ୍ଲକ ଅଧକ୍ଷ ତଥା ଜିଲ୍ଲାପରିଷଦ ସଭ୍ୟ ବିଶ୍ୱଜିତ ମିଶ୍ର , ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ , ବୌଦ୍ଧ ଏନଏସି ଅଧକ୍ଷ ମୃତ୍ୟୁଞ୍ଜୟ ମିଶ୍ର , ଜିଲ୍ଲା ପର୍ଯ୍ୟବେକ୍ଷକ ଚିତ୍ତରଞ୍ଜନ କର୍ଣ୍ଣ , ପ୍ରଦୀପ କୁମାର ସାହୁ ପ୍ରମୁଖ ଉଦବୋଧନ ଦେଈଥିଲେ | ସମ୍ପ୍ରତି ବ୍ଲକ କାର୍ଯ୍ୟାଳୟ ଏ ସରକାର ସମୟରେ କିଭଳି ଦୁର୍ନୀତିର ପେଣ୍ଠସ୍ଥଳ ପାଲଟିଛି କହିବା ସହ ଏ ଲଢେଇକୁ ଆଉ ଥରେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ଓ ପ୍ରଦୀପ କୁମାର ଅମାତଙ୍କୁ ବିଧାୟକ ନହେବା ପର୍ଯ୍ୟନ୍ତ ଏ ଲଢେଇ ଚାଲୁ ରଖିବାକୁ ଉଦବୋଧନ ଦେଇଥିଲେ l

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୁବୋଧ ପ୍ରଧାନ , ରାଜ୍ୟ ଯୁଗ୍ନ ସମ୍ପାଦକ ଅଶୋକ ସାହୁ , ବସନ୍ତ ସ୍ୱାଇଁ ବିଦ୍ୟାଧର ସ୍ୱାଇଁ , ସୁଶାନ୍ତ ପ୍ରଧାନ ଶ୍ରୀବନ୍ତ ମେହେର ନିହାର ଘୋଷ , ରବି ନାରାୟଣ ପ୍ରଧାନ ,ଜ୍ୟୋତିରଞ୍ଜନ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ତିନି ହଜାରରୁ ଉର୍ଦ୍ଧ ଜନସାଧାରଣ ଏହି ଜନସମ୍ପର୍କ ପଦଯାତ୍ରା ରେ ଯୋଗ ଦେଇଥିଲେ l

author

Related Articles

Leave a Reply

Your email address will not be published. Required fields are marked *