ପଦାକୁ ବାହାରିଲେ, ସିଧା ସିଧା ମୋହନଙ୍କୁ ଦୋଷ ଦେଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ୧୨ ବର୍ଷର ତପସ୍ୟା ଶୁଖୁଆ ପୋଡାରେ ସାରି ଦେଇଥିବା କହି ମୋହନଙ୍କୁ କଡା ମନ୍ତବ୍ୟରେ ଟାର୍ଗେଟ କରିଛନ୍ତି ନବୀନ । ହଁ ଆଜ୍ଞା, ଦୀର୍ଘ ଦିନ ଧରି ଚୁପ୍ ହୋଇ ରହିଥିବା ନବୀନ ଏବେ ଆକ୍ସନ ମୁଡକୁ ଆସିଛନ୍ତି । ସୋସିଆଲ ମିଡିଆ ସହ ବିଭିନ୍ନ କାଯ୍ୟକ୍ରମରେ ସେ ମୋହନଙ୍କୁ ସିଧାସଳଖ ଦୋଷ ଦେଉଛନ୍ତି । ତେବେ ଗତ କିଛି ଦିନ ଧରି ରାଜ୍ୟରେ ଆମ୍ବ ଟାକୁଆ ପ୍ରସଙ୍ଗ ଚହଳ ପକାଇଥିବା ବେଳେ ଏହାକୁ ନେଇ ବିରୋଧୀ ଏବଂ ଶାସକ ଦଳ ମୁହାଁମୁହିଁ ହେଉଛନ୍ତିା ଶାସକ ଦଳର ନେତା ୨୪ ବର୍ଷର ମୁଖ୍ୟମନ୍ତ୍ରୀଙ୍କୁ ଏଥିପାଇଁ ଦାୟୀ କରୁଥିବା ବେଳେ ବିରୋଧୀ ଶାସକ ଦଳକୁ ଦାୟୀ କରୁଛନ୍ତିା ଏପରିକି ଶାସକ ଦଳର ନେତାମାନେ ଏହାକୁ ନେଇ ବିବାଦୀୟ ବୟାନ ମଧ୍ୟ ଦେଉଛନ୍ତିା ଏହା ତାଙ୍କର ପାରମ୍ପରିକ ଖାଦ୍ୟ ବୋଲି ମତପ୍ରକାଶ କରୁଛନ୍ତିା ଯାହାକୁ ନେଇ ସବୁ ଦିଗରୁ ସମାଲୋଚନା କରାଯାଉଛିା ମୁଖ୍ୟମନ୍ତ୍ରୀଙ୍କ ଉପରକୁ ମଧ୍ୟ ଆଙ୍ଗୁଠି ଉଠୁଛି । ଖୋଦ ଆଦିବାସୀ ସମ୍ପ୍ରଦାୟର ହୋଇ ମୋହନ ମାଝୀ କେବେ ଆମ୍ବ ଟାକୁଆ ଜାଉ ଖାଇଛନ୍ତି ବୋଲି ପ୍ରଶ୍ନ ମଧ୍ୟ ଉଠିଛିା ଆଉ ଏବେ ଖୋଦ ବିରୋଧୀ ଦଳର ନେତା ତଥା ପୂବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ସିଧା ସିଧା ମୋହନଙ୍କୁ ଆମ୍ବ ଟାକୁଆ ଜାଉ ଖାଇ ମୃତ୍ୟୁବରଣ ପ୍ରସଙ୍ଗରେ ଦାୟୀ କରିଛନ୍ତିା ନବୀନ ଆହୁରି ମଧ୍ୟ କହିଛନ୍ତି, ଆମ ସରକାର ଆରମ୍ଭ କରିଥିବା ବିକାଶ ମୂଳକ ଯୋଜନା ଲୋକଙ୍କୁ ବଞ୍ଚିବାକୁ ଶକ୍ତି ଦେଇଥିଲା । ଏବେ ବିନା କାରଣରେ ଗରିବ ଆଦିବାସୀ ଭାଇ ଭଉଣୀଙ୍କ ଚାଉଳକୁ ବନ୍ଦ କରିଛନ୍ତି । ସେମାନେ ଆମ୍ବ ଟାକୁଆ ଖାଉଛନ୍ତି । ଏହା ବହୁତ ଦୁଃଖର କଥା ।
You can share this post!
author