ପଦାରେ ପଡିବ ବିଜେପି କନ୍ଦଳ !

ପଦାରେ ପଡିବ ବିଜେପି କନ୍ଦଳ !
  • ବାଜିଲା ରାଜ୍ୟସଭା ନିର୍ବାଚନ ବିଗୁଲ
  • ଓଡିଶାରୁ ଖାଲି ହେବ 4 ଆସନ
  • ବିଜେପିରୁ 2 ପକ୍କା କିଏ ଜିତିବ ଚତୁର୍ଥ ଆସନ ?
  • ରାଜନୀତିରେ ଏଣ୍ଟ୍ରି ମାରିବେ କି ସୁଜାତା ପାଣ୍ଡିଆନ ?
  • କି ସପ୍ରାଇଜ କାର୍ଡ ଖେଳିବେ ସପ୍ରାଇଜ ମାଷ୍ଟର ?

 

ରାଜ୍ୟସଭା ନିର୍ବାଚନକୁ ନେଇ ଗତ ଦୁଇ ମାସ ହୋଇଯିବ ରାଜ୍ୟ ରାଜନୀତି ସରଗରମ ରହିଛି । ତାରିଖ ଘୋଷଣା ନହେଉଣୁ ଖାଲି ହେଉଥିବା ପ୍ରାର୍ଥୀଙ୍କ ସ୍ଥାନରେ ପୁଣିଥରେ ରାଜ୍ୟସଭାକୁ କିଏ ଯିବ ସେ ନେଇ ଚର୍ଚ୍ଚା ଜୋର ଲାଗିରହିଥିଲା । କିଏ କହୁଥିଲା ବିଜେଡିରେ ସାମିଲ ହୋଇ ସିଧାସଳଖ ରାଜ୍ୟସଭାକୁ ଏଣ୍ଟ୍ରି ମାରିବେ ସୁଜାତା ପାଣ୍ଡିଆନ ଆଉ କିଏ କହୁଥିଲା ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ମଧ୍ୟ ରାଜ୍ୟସଭା ଯିବା ପାଇଁ ଲବି କରୁଛନ୍ତି । ବିଜେଡିକୁ ନେଇ ଏପରି ଚର୍ଚ୍ଚା ଭିତରେ ବିଜେପିର କିଏ ହେବ ସେହି ଦୁଇ ପ୍ରାର୍ଥୀ ତାକୁ ନେଇ ମଧ୍ୟ ସସପେନ୍ସ ଲାଗିରହିଛି । 24 ସାଧାରଣ ନିର୍ବାଚନରେ ବିଜେପିକୁ ବିଜୟର ମୁକୁଟ ପିନ୍ଧାଇବାରେ ମନମୋହନ ସାମଲଙ୍କ ବଡ ଭୂମିକା ରହିଛି । ପୁରସ୍କାର ସ୍ୱରୂପ ତାଙ୍କୁ ରାଜ୍ୟସଭା ପଠାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ବଢିଛି । ସେହିପରି ବିଜେପିର ବରିଷ୍ଠ ନେତା ବସନ୍ତ ପଣ୍ଡା କିମ୍ୱା ତାଙ୍କ ପୁଅ ଅଭିନନ୍ଦନ ପଣ୍ଡାଙ୍କୁ ରାଜ୍ୟସଭା ସିଟ୍ ମିଳିପାରେ । କାହିଁକିନା ନୂଆପଡା ଉପନିର୍ବାଚନରେ ବିଜେପି ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିବା ପରେ ବିଜେପି ଉପରେ ସେ ଖପ୍ପା ଥିଲେ । ତେଣୁ ତାଙ୍କର ମାନଭଞ୍ଜନ କରିବା ପାଇଁ ବିଜେପିର ଗୋଟିଏ ସିଟ୍ ବସନ୍ତ ପଣ୍ଡାଙ୍କୁ ଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଆଶାୟୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି ।

 

ତେବେ ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଖକୁ ଚିଠି ଲେଖି ପ୍ରସ୍ତୁତି ଆରମ୍ଭ କରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହେବା ପରେ ଦୁଇ ରାଜନୈତିକ ଦଳମାନଙ୍କର ପ୍ରାର୍ଥୀ ମାନଙ୍କୁ ନେଇ ସସପେନ୍ସ ବଢିଛି । ତେବେ ଦୁଇଟି ଆସନ ବିଜେପି ଓ ଗୋଟିଏ ଆସନ ବିଜେଡିକୁ ଯିବା ଫାଇନାଲ କିନ୍ତୁ ଚତୁର୍ଥ ସିଟ୍ କାହାର ହେବ ସେନେଇ ପଲିଟିକ୍ସ ଆରମ୍ଭ ହୋଇଯାଇଛି । ତେବେ ଦେଖିବାର ଆଗାମୀ ଦିନରେ ରାଜ୍ୟସଭା ନିର୍ବାଚନକୁ ନେଇ ଦୁଇ ଦଳ ବିଜେଡି ଓ ବିଜେପି ମଧ୍ୟରେ ଛକାପଞ୍ଝା ରାଜନୀତି କେତେ ତେଜିବାରେ ଲାଗୁଛି ।

author

Related Articles

Leave a Reply

Your email address will not be published. Required fields are marked *