ପଦାରେ ପଡିଲା ବିଜେଡି କଳି । କଥା କଟାକଟି ହେଲେ ବିଜେଡି ନେତା ଅମର ଶତପଥୀ ଏବଂ ମୁଖପାତ୍ର ଲେନିନ୍ ମହାନ୍ତି । ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଜାରି ରହିଥିବା ବେଳେ ବରିଷ୍ଠ ନେତା ଅମର ଶତପଥୀ ଦେଇଛନ୍ତି ବିସ୍ଫୋରକ ବୟାନ। “ମୁଁ ବିଜେଡିରେ ନାହିଁ କି ସଦ୍ୟସତା ନବୀକରଣ କରିବାର ପ୍ରଶ୍ନ ଉଠୁନି। ବିଜେଡିରେ ମୋ ଅବଦାନ ଓଡ଼ିଶାବାସୀ କହିବେ ବୋଲି କହିଛନ୍ତି ଅମର ଶତପଥୀ ।
ଅନ୍ୟପଟେ ଅମରଙ୍କୁ କଟାକ୍ଷ କରି ବିଜେଡି ମୁଖ୍ୟପାତ୍ର ଲେନିନ ମହାନ୍ତି ପରୋକ୍ଷରେ ତାଙ୍କୁ ଦଳ ଛାଡ଼ି ଚାଲିଯିବାକୁ ଚେତାବନୀ ଦେଇଛନ୍ତି। ଯଦି ଅମର ଶତପଥୀଙ୍କୁ ଦଳରେ ଅଣନିଶ୍ୱାସୀ ଲାଗୁଛି ତେବେ ସେ ଦଳ ଛାଡି ଚାଲିଯାଆନ୍ତୁ ବୋଲି କହିଛନ୍ତି ଲେନିନ୍ । ଯାହାକୁ ନେଇ ଏବେ ରାଜନୀତିର ମାହୋଲ ସରଗରମ ହେବା ସହ ବିଜେଡିର ଗୋଷ୍ଠୀ କନ୍ଦଳ ତୀବ୍ର ରୂପ ନେଉଥିବା ଚର୍ଚ୍ଚା ହେଉଛି ।