ପଦ୍ମ ଧରିଲେ ପୂର୍ବତନ ବିଜେଡି ନେତ୍ରୀ ତଥା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ । ଆଜି ବିଜେପି ପାର୍ଟି ଅଫିସରେ ପଦ୍ମ ଧରିଛନ୍ତି ସୁନନ୍ଦା । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ବିଜେପିରେ ସାମିଲ ହୋଇଛନ୍ତି । ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ କିଛିଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ଗତ ବିଧାନସଭା ନିର୍ବାଚନରେ ତାଙ୍କୁ ଟିକେଟ ଦିଆଯାଇନଥିବାରୁ ଅସନ୍ତୋଷ ହୋଇ ବିଜେଡି ଛାଡିଥିବା କଥା ସେ କହିଥିଲେ । ଏହାସହ ଦଳରେ ତାଙ୍କୁ ଅଣଦେଖା କରାଯାଉଥିବା ଅଭିଯୋଗ କରି ସେ ଦଳ ଛାଡିଥିବା କଥା ଗଣମାଧ୍ୟମରେ ପ୍ରକାଶ କରିଥିଲେ ।
You can share this post!
author