ପବିତ୍ର ରାମନବମୀରେ ରାମ ଲାଲାଙ୍କର ହେବ ସୂର୍ଯ୍ୟତିଲକ

ପବିତ୍ର ରାମନବମୀରେ ରାମ ଲାଲାଙ୍କର ହେବ ସୂର୍ଯ୍ୟତିଲକ

ଆସନ୍ତା ଏପ୍ରିଲ ୧୭ ତାରିଖରେ ପବିତ୍ର ରାମନବମୀ । ଏହି ଅବସରରେ ପ୍ରଭୁ ରାମଲାଲାଙ୍କର ହେବ ସୂର୍ଯ୍ୟତିଲକ । ଅପ୍ଟି ମେକାନିକାଲ ସିଷ୍ଟମ ଜରିଆରେ ପ୍ରଭୁ ରାମଲାଲାଙ୍କ ମସ୍ତକରେ ୪ ମିନିଟ୍ ଧରି ଶୋଭାବର୍ଦ୍ଧନ କରିବ ସୂର୍ଯ୍ୟ ଆଲୋକ । ୧୭ ତାରିଖ ଦିନ ୧୨ଟାରେ ଏଭଳି ଆଲୌକିକ ଦୃଶ୍ୟ ଦେଖିବାକୁ ସୁଯୋଗ ପାଇବେ ସମସ୍ତ ରାମ ଭକ୍ତ । ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏକ ଟ୍ରାଏଲ ରନ୍ ମଧ୍ୟ କରାଯାଇଛି । ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଆଷ୍ଟ୍ରୋଫିଜିକ୍ସ ଏବଂ ରୁରକିର ସିଏସଆଇଆର-ସିବିଆରଅକ୍ର ସହଯୋଗରେ ଏହି ପ୍ରୋଜେକ୍ଟ ପ୍ରସ୍ତୁତ କରାଯାଇଛି । ଉନ୍ନତ ଧରଣର ଦର୍ପଣ, ଲେନ୍ସ ଏବଂ ଅଷ୍ଟଧାତୁରେ ନିର୍ମିତ ପାଇପ ମାଧ୍ୟମରେ ସୂର‌୍ୟ୍ୟ ଆଲୋକ ରାମ ଲାଲାଙ୍କ ମସ୍ତକ ଉପରେ ପଡିବା ସହ ମୁଖମଣ୍ଡଳର ସୌନ୍ଦର‌୍ୟ୍ୟ ବଢାଇବାକୁ ବ୍ୟବସ୍ଥା କରାଯାଇଛି । ଏହି ଦୃଶ୍ୟକୁ ଦେଖିବାରୁ ଶ୍ରଦ୍ଧାଳୁ ମାନେ ଯେପରି ବଞ୍ଚିତ ନହୁଅନ୍ତି ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପୁରା ଅଯୋଧ୍ୟା ସହରରେ ଏଲଇଡି ସ୍କ୍ରିନର ବ୍ୟବସ୍ଥା କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *