ପବିତ୍ର ଶ୍ରୀପଞ୍ଚମୀରେ ଆଜି ହେବ ରଥକାଠ ଅନୁକୂଳ

ପବିତ୍ର ଶ୍ରୀପଞ୍ଚମୀରେ ଆଜି ହେବ ରଥକାଠ ଅନୁକୂଳ

ଆଜି ପବିତ୍ର ବସନ୍ତ ପଞ୍ଚମୀ । ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ସ୍ଥାନରେ ବିଦ୍ୟାଦାତ୍ରୀ ମା’ ସରସ୍ୱତୀଙ୍କୁ ଆବାହନ କରାଯାଉଛି ।ଏହି ଅବସରରେ ଶୁକ୍ଳ ପଞ୍ଚମୀରେ ଆଜି ଠାରୁ ରଥନିର୍ମାଣ ପାଇଁ ରଥକାଠ ଅନୁକୂଳ ହେବ । ଶ୍ରୀନଅର ସମ୍ମୁଖ ରଥଖଳାରେ ପରମ୍ପରା ଅନୁଯାୟୀ ତିନିଖଣ୍ଡ ଧଉରା କାଠକୁ ପୂଜାର୍ଚ୍ଚନା କରାଯିବ । ସନ୍ଧ୍ୟା ସମୟରେ ତିନିଖଣ୍ଡ ୧୨ଫୁଟିଆ ଧଉରା କାଠକୁ ଶୋତ୍ରିୟ ବ୍ରାହ୍ମଣ ଓ ରାଜଗୁରୁ ପୂଜାର୍ଚ୍ଚନା କରିବେ । ଦୀପ ଧୂପ ନୈବେଦ୍ୟ ଦେଇ ପୂଜାର୍ଚ୍ଚନା କରିବେ । ଏହି ଦିନ ଶ୍ରୀବିଗ୍ରହମାନଙ୍କର ଘୋଡ଼ ଉଲାଗି ହୋଇଥାଏ ।

author

Related Articles

Leave a Reply

Your email address will not be published. Required fields are marked *